ନବଗ୍ରହ ପୀଠରେ ବାଲି ପୋତା ପରମ୍ପରା 

0

( ଜୟନ୍ତ କୁମାର ସେଠୀ): ଅର୍କକ୍ଷେତ୍ର କୋଣାର୍କରେ ଗୋଟିଏ ଖୋଦିତ ପଥରରେ ନବଗ୍ରହ ପୂଜା ପାଇଥାନ୍ତି । କାର୍ତିକ ମାସ ଶନିବାର ଦିନ କୋଣାର୍କ ନବଗ୍ରହ ପୀଠ ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଇଷ୍ଟ ଖନନ ଶରୀର ଆରୋଗ୍ୟ ତଥା ଚାଲି ପାରୁନଥିବା ଛୋଟ ପିଲା ଏଠି ବାଲି ରେ ପୋତା ହେଲେ ପିଲା ପାଦରେ ଚାଲିଥାଏ ବୋଲି ବିଶ୍ୱାସ ରହିଛି । କାର୍ତିକ ମାସ ପ୍ରତ୍ୟକ ଶନିବାର ଦିନ ନବଗ୍ରହ ଠାରେ ଶ୍ରଦ୍ଧାଳୁ ମାନେ ପୂଜାଅର୍ଚନା ଓ ହୂମ ଯଂଜ୍ଞ କରି ମାସସିକ ପୂର୍ଣ୍ଣ କରିଥାନ୍ତି ଏହି ବିଶ୍ୱାସ ରଖି ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି ନବଗ୍ରହ ପୀଠକୁ । ବିଶ୍ୱାସ ରହିଛି ଚାଲି ପାରୁନଥିବା ପିଲା କିମ୍ବକ୍ଷ ବିକଳାଙ୍ଗ ପିଲାକୁ ନବଗ୍ରହ ହୂମ ଯଂଜ୍ଞ ହେଇଥିବା ବାଲିରେ ପୋତା ଗଲେ ପିଲାଟି ସୁସ୍ତ ହୋଇ ଚାଲିଥାଏ ଏହି ବିଶ୍ୱାସ ରଖି ଆମେ ଆସିଛୁ ବୋଲି ଶ୍ରଦ୍ଧାଳୁ କୁହନ୍ତି । କାହିଁ କେଉଁ କାଳ ରୁ ଏହି ପରମ୍ପରା ଓ ବିଶ୍ୱାସ ରହିଛି ନବଗ୍ରହ ପୀଠ କାର୍ତିକ ମାସ ପ୍ରତ୍ୟେକ ଶନିବାର ଏଠି ବିଶ୍ୱାସ ସହିତ ନବଗ୍ରହ ଙ୍କୁ ପୂଜାକରି ତାଙ୍କରି ପୀଠରେ ପିଲାଙ୍କୁ ଅଣ୍ଟା କିମ୍ବା ବେକ ଯାଏ ପୋତି ରଖିଲେ ପିଲା ସୁସ୍ଥ ହେବା ସହ ପରିବାର ମଙ୍ଗଳ ହୋଇଥାଏ ବୋଲି ପୂଜକ କୁହନ୍ତି ।