( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଭାରତ ସରକାର ସଂସ୍କୃତି ମନ୍ତ୍ରଣାଳୟ ଓ ଭାରତୀୟ ପୁରାତନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଏକ ଫଟୋପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଛି । ଫଟୋ ପ୍ରଦର୍ଶନୀର ମେଳାର ଶୁଭ ଉଦଘାଟନ କରିଛନ୍ତି ପୁରୀଜିଲ୍ଲାପାଳଜ୍ୟୋତି ପ୍ରକାଶ ଦାସ । ଏହା ସହ ୧୮୩୭ ମସିହାରୁ ଅଦ୍ୟା ବଧୀ କୋଣାର୍କ ସୂର୍ୟ୍ୟମନ୍ଦିରକୁ କିଭଳି ସୁରକ୍ଷିତ ସଂରକ୍ଷଣ କରାଯାଇଛି ସେ ନେଇ ଆଲାୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ର ରେ ଭାରତୀୟ ପୁରାତତ୍ତ୍ବ ସର୍ବରକ୍ଷଣ ଭୂବନେଶ୍ବର ମଣ୍ତଳ ଅଧୀକାରୀ ଅରୁଣ ମଲ୍ଲିକ.କୋଣାର୍କର ଅଧିକାରୀ ଚିତ ରଂଜନ ଦାଶ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓ ଅନ୍ୟମାନଙ୍କ ମଧ୍ୟରେ କୋରାପ୍ରସାଦ ପାଢୀ । ବିଜୟ କୁମାର ରଥ ପ୍ରମୁଖ ପୂର୍ବତନପ୍ରତ୍ନତତ୍ତ୍ବ ଅଧିକାରୀ ଯୋଗ ଦାନ ଦେଇଥିଲେ ।