(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ୮ ଦଫା ଦାବି ନେଇ ପିଏସଏସ କୋଶଳ ସମାଜ ଧାରଣାକୁ ଓହ୍ଲାଇଛି । କୋଶଳ ସମାଜର ଜ୍ୱଳନ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ପିଏମଜି ଛକରେ ଧାରଣା ଦେଇଛି ସମାଜ । ତା ସହ ରାଜଭବନ କୁ କୋଶଳ ସମାଜର ଏକ ପ୍ରତିନିଧି ମଣ୍ଡଳି ଯାଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବୋଲି ସମାଜର ସଚିବ ଦିଲିପ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଶୋଷଣ ମୁକ୍ତ, ନୀଶାମୁକ୍ତ , ବୋରୋଜଗାର ମୁକ୍ତ , ଗରିବି ମୁକ୍ତ , ପ୍ରଦୂଷଣ ମୁକ୍ତ କୋଶଳ ସମାଜ ଗଠନ ପାଇଁ ସମାଜ ଦାବୀ କରିଛି ।
ତା ସହିତ କୋଶଳ ସମାଜ ଅନ୍ତର୍ଗତ ୧୬ ଗୋଟି ଜିଲ୍ଳାରୁ ସଂଗୃହୀତ ରାଜସ୍ୱକୁ ଆଧାର କରି ଅଲଗା କୋସଲ ସମାଜ ବଜେଟ କରାଯାଉ । କୋଶଳ ସମାଜର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ଶ୍ରେଣୀରୁ ବିଶ୍ୱବିଦ୍ୟାଳୟ ଆଦି ସମସ୍ତ ଶିକ୍ଷା ସଂପୂର୍ଣ୍ଣ ମାଗଣା କରାଯାଉ ବୋଲି ଦାବି କରାଯାଇଛି । ଦେଶୀ ମଦଭାଟି ଓ ବିଦେଶି ମଦଦୋକାନ ବନ୍ଦ କରାିବା ସହ ଚୋରାମଦ ବିକ୍ରି ବନ୍ଦ କରାଯିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ ବୋଲି ସମାଜ ଦାବୀ କରିଛି ।