ଜେଲ ଗଲେ କୋଟିପଟି ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି

0

ଭୁବନେଶ୍ୱର: ଜେଲ ଗଲେ ପରିବହନ ବିଭାଗର କୋଟିପତି ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି ।  ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ପ୍ରଦୀପ ଙ୍କୁ ଗିରଫ କଲା ଭିଜିଲାନ୍ସ. ଗତକାଲି ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତଦନ୍ତ ସମୟରେ ପ୍ରଦୀପ ମହାନ୍ତିଙ୍କ ଠାରୁ ମିଳିଥିଲା ପାଖାପାଖି ୧୮ଲକ୍ଷ ଟଙ୍କାର ନଗଦ କ୍ୟାସ ଓ ୨ କେଜିରୁ ଉର୍ଧ ସୁନା ଅଳଂକାର ଓ ସୁନା ବିସ୍କୁଟ। ତିନୋଟି ବହୁତଳ ବିଶିଷ୍ଟ କୋଠା, ପୁରୀରେ ଦୁଇଟି ବେନାମୀ ଫ୍ଲାଟ, ବିଭିନ୍ନ ସ୍ଥାନରେ ୧୧ ଟି ପ୍ଲଟ, ୧୪ ଏକର ପରିମିତ ଜାଗାରେ ଫାର୍ମ ହାଉସ ,ଦୁଇଟି ବେନାମୀ ଚାରିଚକିଆ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ. ଏକ ୪ bhk ଫ୍ଲାଟ ପାଇଁ ଏକ କୋଟି ନଗଦ ଟଙ୍କା ଆଡ଼ଭାଂଶ ମଧ୍ୟ ଦେଇଥିଲେ ପ୍ରଦୀପ ମହାନ୍ତି । ଏସବୁ ସମ୍ପତିର ସନ୍ତୋଷ ଜନକ ଉତ୍ତର ଦେଇ ପରି ନଥିବା କାରଣରୁ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପ୍ରଦୀପ ଙ୍କୁ ମିଶାଇ ୪ ଜଣଙ୍କ ନାଁରେ ମାମଲା ରୁଜୁ କଲା ଭିଜିଲାନ୍ସ ।