ବସ୍ତା / ଅଜିତ ସାହୁ: ରକ୍ତ ଦାନ ମହତ ଦାନ ସାଙ୍ଗକୁ ବୃକ୍ଷ ହିଁ ଜୀବନ। ଏହାକୁ ମର୍ମେମର୍ମେ ବୁଝିଛି ବସ୍ତା ବ୍ଲକ ଭେଲୋରା ସ୍ଥିତ କୁଲିଦା କ୍ରିଷ୍ଣା କ୍ଳବ୍। ରକ୍ତ ଅଭାବରୁ କେହି ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନୁହନ୍ତି କିମ୍ବା ଅକାଳରେ କାହାର ଜୀବନ ଚାଲି ନଯାଉ। ଏହି ମହତ ଉଦ୍ଦେଶ୍ୟ ରଖି କ୍ଳବର ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଏକ ରକ୍ତ ଦାନ ଶିବିର ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅତିଥି ଭାବେ ଵସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା, ଜିଲ୍ଲା ରକ୍ତଦାତା ସଙ୍ଘର ସଭାପତି କମଳଚକ୍ରବର୍ତ୍ତୀ , ସମ୍ପାଦକ ମନୋରଞ୍ଜନ ଦାସ, ସ୍ଥାନୀୟ ସରପଞ୍ଚ ଦୁର୍ଗାରାଣୀ ଜେନା,ସମିତି ସଦସ୍ୟ ଅନାଦି ଦାସ ପ୍ରମୁଖ ଯୋଗ ଦେଇ ମିଳିତ ଭାବେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହିତ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ୮୦ ଇଉନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ, ଅତିଥି ଓ ରକ୍ତଦାତା ମିଶି କରି ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ,ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ସଙ୍ଘର ଆଜୀବନ ସଦସ୍ୟ ଅଶ୍ଵିନୀ କୁମାର ଦାସ, ଜନ୍ମେଜୟ ପରିଡ଼ା,ଶିକ୍ଷକ ଗଣେଶ ଚନ୍ଦ୍ର ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ତେବେ କ୍ଲବ ପକ୍ଷରୁ ଏଭଳି ମହତ କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା କରାଯାଇଛି।