(ରିପୋର୍ଟସ ଟୁଡ଼େ/ଦିଲ୍ଲୀ): ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ଲେଖିକା ଜ୍ଞାନପୀଠ ବିଜେତା କୃଷ୍ଣ ସୋବତୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ୨୦୧୭ରେ ୯୦ ବର୍ଷ ବୟସରେ ତାଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୧୯୨୪ ଫେବୃୟାରୀ ୧୮ରେ ସେ ପାକିସ୍ତାନର ଗୁଜରାତଠାରେ ଜନ୍ମଗ୍ରହଣ କରିଥିଲେ। ୧୯୫୦ରେ ତାଙ୍କ ଦ୍ୱାରା ରଚିତ କାହାଣୀ ଲାମା ପ୍ରକାଶିତ ହୋଇଥିଲା। ୧୯୮୦ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୬ରେ ତାଙ୍କୁ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ସାହିତ୍ୟ ଏକାଡେମୀ ଫେଲୋଶିପ ପ୍ରଦାନ କରାଯାଇଥିଲା।