ଖୁବ୍ଶୀଘ୍ର ଭୁବନେଶ୍ୱର ପହଞ୍ଚିବେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଭଣଜା କ୍ରିଷ୍ଣା ଅଭିଷେକ
ବଲିଉଡର ଷ୍ଟାଣ୍ଡିଂ କମେଡିଆନ୍ ତଥା ଲୋକପ୍ରିୟ କମେଡି ଷ୍ଟାର୍ ଗୋବିନ୍ଦାଙ୍କ ଭଣଜା କ୍ରିଷ୍ଣା ଅଭିଷେକ ଓଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ତାଙ୍କୁ ନେଇ ଓଲିଉଡରେ ଶ୍ରୀହାନ ସିନେ କ୍ରିଏସନ୍ସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ମାମା ୱେଡ୍ସ ପାପା’ ।
(ଭୁବନେଶ୍ୱର) : ବଲିଉଡର ଷ୍ଟାଣ୍ଡିଂ କମେଡିଆନ୍ ତଥା ଲୋକପ୍ରିୟ କମେଡି ଷ୍ଟାର୍ ଗୋବିନ୍ଦାଙ୍କ ଭଣଜା କ୍ରିଷ୍ଣା ଅଭିଷେକ ଓଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ତାଙ୍କୁ ନେଇ ଓଲିଉଡରେ ଶ୍ରୀହାନ ସିନେ କ୍ରିଏସନ୍ସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ମାମା ୱେଡ୍ସ ପାପା’ । ଏହାର କାହାଣୀ ଶୁଣି ପସନ୍ଦ କରିଥିବା କ୍ରିଷ୍ଣା ସିନେମାର ଗୀତ ସୁଟିଂ ଲାଗି ଖୁବ୍ଶୀଘ୍ର ଭୁବନେଶ୍ୱରରେ ପହଞ୍ଚିବେ ।
ଏଥିପାଇଁ ସେ ବହୁତ ଉତ୍ସାହିତ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି । ନିକଟରେ ତାଙ୍କୁ ସିନେମାରେ ଅଭିନୟ ଲାଗି ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ ନିମନ୍ତ୍ରଣ କରିବାକୁ ମୁମ୍ବାଇ ଯାଇଥିଲେ । ସେଠାରେ ତାଙ୍କୁ ସାକ୍ଷାତ କରି ସିନେମା କଥା କହିବା ପରେ ସେ ଅଭିନୟ ଲାଗି ରାଜି ହୋଇଛନ୍ତି । ନିକଟରେ ‘ମାମା ୱେଡ୍ସ ପାପା’ର ମହୁରତ୍ ଶେଷ ହୋଇଛି । ଜଣେ ଗାୟିକା ଏବଂ ଜଣେ ଅଭିନେତା ନିଜର ସଂଘର୍ଷମୟ ଜୀବନକୁ ନେଇ ଏହାର କାହାଣୀ ଗତିଶୀଳ ହେଉଛି ।