ପୁରୀ : ପୁରୀ ନରେନ୍ଦ୍ରକୋଣ ବାଣ ବିସ୍ଫୋରଣ ଘଟଣା। ବାଣ ଯୋଗାଇଥିବା ଅଭିଯୋଗରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କୁମ୍ଭାରପଡା ଥାନା ପୁଲିସ। ନିମାପଡା ଥାନା ଚାରିଛକ ନିକଟରୁ ସଂପୃକ୍ତ ଏହି ବାଣ ବେପାରୀ ମାନଙ୍କୁ ଉଠାଇ ନେଇ ଅଟକ ରଖିଛି କୁମ୍ଭାରପଡା ଥାନା ପୁଲିସ।
ମହାପ୍ରଭୁଙ୍କ ଭଉଁରୀ ଚାଲିଥିବା ବେଳେ ଯେଉଁ ବାଣ ବିସ୍ପୋରଣ ଘଟିଥିଲା ସେସବୁ ବାଣ ଏମାନେ ଯୋଗାଇଥିବା ସୂଚନା। ସେପଟେ ବାଣ ବିସ୍ଫୋରଣ ଘଟଣା ପରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଆରମ୍ଭ କରିଥିଲା ଛାନବିନ। ପୁଲିସ, ଫରେନସିକ ଟିମ୍ ଓ ଓ ବମ୍ ଡିସ୍ପୋଜାଲ ଟିମ୍ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ। ତେବେ ଦାୟିତ୍ବ ହିନତା ପାଇଁ ଏତେବଡ ଅଘଟଣ ଘଟିଥିବାରୁ ପୁଲିସ ଓ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଥିଲେ। ତେବେ ଲକ୍ଷାଧିକ ଟଙ୍କାର ବାଣ ଫୁଟିଥିବାରୁ ଘଟଣାର ଛାନବିନ କରିବା ସହ ନିମାପଡା ଚାରିଛକରୁ ବାଣ ଆସିଥିବା ଖବର ପାଇଥିଲା ପୁଲିସ। ଆଜି ଅଭିଯୁକ୍ତକୁ ଅଣାଯାଇ ପଚରାଉଚରା କରାଯାଉଥିବା ଜଣାପଡିଛି। ସେପଟେ ଆଜି ସୁଦ୍ଧା ବାଣବିସ୍ପୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।୧୯ଜଣ କଟକ ଏସସିବି ମେଡିକାଲ, ହାଇଟେକ ଆଦି ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।