(ଶିଳାସ୍ମିତା ରାୟ) ଭୁବନେଶ୍ୱର: କର୍ଣ୍ଣାଟକର ବରିଷ୍ଠ ଜେଡି ଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ଵାମୀ ରାଜନୀତିରୁ ସନ୍ନ୍ୟାସ ନେବେ । ଗତକାଲି ସେ ଏହି ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଭୁଲବଶତଃ ରାଜନୀତିକୁ ଚାଲିଆସିଥିଲେ ଓ ଦୁଇଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ ।
ଏଚ ଡି କୁମାରସ୍ଵାମୀ ଆହୁରି କହିଛନ୍ତି, ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ନା କି ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ । ନିଜର କାମକୁ ନେଇ ସେ ସନ୍ତୁଷ୍ଟ। ସେ ଲୋକଙ୍କ ହୃଦୟରେ ବାସ କରିବାକୁ ଚାହାନ୍ତି, ଶାନ୍ତିରେ ଜୀବନ ଯାପନ କରିବାକୁ ଚାହାନ୍ତି ବୋଲି ମଧ୍ୟ କହିଛନ୍ତି । ତାଙ୍କର ଏପରି ବୟାନ ପରେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।