ମହାକୁମ୍ଭ ଦଳାଚକଟା ମୃତ୍ୟଚୁ ନେଇ ଶାସକ ବିରୋଧି ବିବୃତି ଜାରୀ ରହିଛି । ଉଭୟ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ବର୍ତ୍ତମାନ ସମାଜ ବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି । ସେ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ଉପରେ ବଡ ଆରୋପ ଲଗାଇଛନ୍ତି । ଜୟା କହିଛନ୍ତି ମହାକୁମ୍ଭ ଦଳାଚକଟାରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ଶବକୁ ଯୋଗୀ ଗଙ୍ଗାରେ ଭସାଇ ଦେଇଛନ୍ତି ବୋଲି ।
ସୋମବାର ସଂସଦ ଗୃହ କମ୍ପ୍ଲେକ୍ସରେ ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ମହାକୁମ୍ଭ ଦଳାଚକଟାରେ ଜୀବନ ହାରିଥିବା ଲୋକଙ୍କ ଶବକୁ ନଦୀରେ ଫୋପାଡିଦେଲେ, ଯେଉଁ କାରଣରୁ ଗଙ୍ଗା ନଦୀର ପାଣି ଦୂଷିତ ହେଲା । ସରକାର ଏ ଦିଗରେ କିଛି ବି ଠୋସ୍ ଜବାବ ଦେଉନି, ଆଉ ଏ ମୁଦ୍ଦା ଉପରେ ପୂରାପୂରି ସରକାର ଚୁପ୍ ଅଛି ବୋଲି କହିବା ସହ, ଗମ୍ଭୀର ଅଭିଯୋଗ ଆଣିଛନ୍ତି ଜୟା ବଚ୍ଚନ ।
ଜୟା ବଚ୍ଚନ ଆହୁରି କହିଛନ୍ତି ଯେ, ମହାକୁମ୍ଭକୁ ନେଇ ସରକାର ମିଛ ଦାବି କରୁଛି । ଭିଆଇପିମାନଙ୍କୁ ବିଶେଷ ସୁବିଧା ମିଳୁଥିବାବେଳେ, ସାଧାରଣ ଲୋକଙ୍କ ପାଇଁ କିନ୍ତୁ କିଛି ବି ସୁବିଧା ନାହିଁ । ଯେଉଁ ଲୋକମାନେ ଗରିବ, ମହାକୁମ୍ଭରେ କିଛି ବି ବ୍ୟବସ୍ଥା ନାହିଁ ବୋଲି କହି, ଯୋଗୀ ସରକାରକୁ ତୀର ମାରିଛନ୍ତି ଜୟା ।
ଆପଣଙ୍କୁ କହି ରଖୁଛୁ ଯେ, ମୈାନୀ ଅମାବାସ୍ୟାରେ, ପ୍ରୟାଗରାଜ ମହାକୁମ୍ବରେ ସଙ୍ଗମ ନିକଟରେ ଅତ୍ୟଧିକ ଭିଡ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତରପ୍ରଦେଶ ପୋଲିସର ସୂଚନାନୁସାରେ, ଏଥିରେ ୩୦ ଜଣ ପ୍ରାଣ ହରାଇଛନ୍ତି। କେବଳ ଏହି ଦୁର୍ଘଟଣା ପରେ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି, ଯାହା ବର୍ତ୍ତମାନ ପର୍ୟ୍ୟନ୍ତ ଜାରି ରହିଛି। ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶର ବିଜେପି ସରକାର ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି।