ନ୍ୟୁଡ୍ ସିନ୍ ସୁଟିଂ କରି ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି କୁନ୍ଦ୍ରା : ଅଭିନେତ୍ରୀ ସେର୍ଲିନ୍ ଚୋପ୍ରା
ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରା ଅଡୁଆ ସୂତାରେ ଛନ୍ଦି ହେଇଯାଇଛନ୍ତି । ତାଙ୍କ ବିରୋଧରେ ଅଭିନେତ୍ରୀ ସେର୍ଲିନ୍ ଚୋପ୍ରା କହିଛନ୍ତି, ‘ରାଜ୍ କୁନ୍ଦ୍ରା ୨୦୧୯ ମସିହାରୁ ଅଶ୍ଳୀଳ ଫିଲ୍ମର କାରବାର କରୁଛନ୍ତି ।
(ମୁମ୍ବାଇ) : ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରା ଅଡୁଆ ସୂତାରେ ଛନ୍ଦି ହେଇଯାଇଛନ୍ତି । ତାଙ୍କ ବିରୋଧରେ ଅଭିନେତ୍ରୀ ସେର୍ଲିନ୍ ଚୋପ୍ରା କହିଛନ୍ତି, ‘ରାଜ୍ କୁନ୍ଦ୍ରା ୨୦୧୯ ମସିହାରୁ ଅଶ୍ଳୀଳ ଫିଲ୍ମର କାରବାର କରୁଛନ୍ତି । ସେ ଏପର୍ଯ୍ୟନ୍ତ ସେଥିରୁ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲେଣି । କୁନ୍ଦ୍ରା ହଟ୍ ଭିଡିଓ ବନାଇବା ବାହାନାରେ ମଡେଲ୍ଙ୍କ ନ୍ୟୁଡ୍ ସିନ୍ ସୁଟିଂ କରାଉଥିଲେ । ସେହିପରି ପତ୍ନୀ ଶିଳ୍ପାଙ୍କୁ ମୋ’ର ଭିଡିଓ ବହୁତ ପସନ୍ଦ ଆସେ ଓ ସେ ମୋତେ ପ୍ରଶଂସା ବି କରିଥାନ୍ତି ବୋଲି ଏକଦା କୁନ୍ଦ୍ରା ମୋତେ କହିଥିଲେ । ଶିଳ୍ପା ମୋତେ ପ୍ରଶଂସା କରୁଥିବା ଜାଣି ଏଭଳି ଭିଡିଓରେ କାମ କରିବା ଲାଗି ମୋତେ ପ୍ରେରଣା ମିଳୁଥିଲା ।’ ତେବେ ସେ କେବେହେଲେ ଶିଳ୍ପାଙ୍କୁ ସାକ୍ଷାତ କରିନାହାନ୍ତି । ଉଭୟଙ୍କ ମଧ୍ୟରେ ଫୋନ୍ରେ କେବଳ କଥାବାର୍ତ୍ତା ହୋଇଥିବା ସେର୍ଲିନ୍ ଦର୍ଶାଇଛନ୍ତି ।
ସେର୍ଲିନ୍ ଆହୁରି କହିଛନ୍ତି, ଯେତେବେଳେ ରାଜ୍ କୁନ୍ଦ୍ରା ଜେଏଲ୍ ଷ୍ଟ୍ରିମ୍ର ଆରମ୍ଭ କଲେ ସେତେବେଳେ ତାଙ୍କୁ କୁହାଗଲା ଯେ, ଜେଏଲ୍ ଷ୍ଟ୍ରିମ୍ ସହ ଶିଳ୍ପା ଓ ତାଙ୍କ ଭଉଣୀ ସମିତା ସେଟ୍ଟି ଯୋଡ଼ି ହେବେ । ସେଥିରେ ଫିଟନେସ୍, ରୋଷେଇ ଓ ହଟ୍ ଭିଡିଓ ପ୍ରସାରିତ ହେବ । ସେଥିଲାଗି ସେ ନିଜେ ୩ଟି ଭିଡିଓ ସୁଟ୍ କରିଥିଲେ । କିନ୍ତୁ ସେ ବାବଦକୁ ତାଙ୍କୁ ଏବେ ଯାଏ ଟଙ୍କା ମିଳିନାହିଁ । ସେପଟେ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ଶୁକ୍ରବାର ସେର୍ଲିନ୍ଙ୍କୁ ଜେରା ପାଇଁ ଡକାଯାଇଥିଲା । ପୁଲିସ ତାଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି ।