ବିଦ୍ୟାଳୟ ପୂଜାରେ କୁନି ପୂଜକ : ଅଞ୍ଚଳରେ ପୁରୋହିତ କାମ ସହ କରୁଛନ୍ତି ଶିକ୍ଷା ଗ୍ରହଣ

0

ବ୍ୟୁରୋ : ବୟସ ମାତ୍ର ୧୩ ବର୍ଷ । ହେଲେ ଅନର୍ଗଳ ବୋଲି ଚାଲିଛନ୍ତି ଶ୍ଳୋକ। ଏଭଳି ଜଣେ କୁନି ପଣ୍ଡିତ ବେଗୁନିଆ ବ୍ଲକ୍ ବଡ଼ବେରଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ଯାହାଙ୍କ ନାମ ହେଉଛି ବଦ୍ରୀ ନାରାୟଣ ମିଶ୍ର। ବଦ୍ରୀଙ୍କ ପିତା ଅଞ୍ଚଳରେ ପୁରୋହିତ କାମ କରୁଥିବା ବେଳେ ତାଙ୍କଠାରୁ ଏହି ଶିକ୍ଷା ଗ୍ରହଣ କରିଛନ୍ତି ବଦ୍ରୀ। ଏବଂ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେହି ବିଦ୍ୟାଳୟରେ ପୂଜକ ସାଜି ପ୍ରଥମ ପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରୁଛନ୍ତି ବଦ୍ରୀ। ବଦ୍ରୀ ଗାଁ’ରେ ସବୁପ୍ରକାର ପୁରୋହିତ କାମ କରିବା ସହ ଦଶହରା ଓ ବିଶ୍ୱଶାନ୍ତି ମହାଯଜ୍ଞରେ ମଧ୍ୟ ସହଯୋଗୀ ପୂଜକ ଭାବେ କାର୍ୟ୍ୟ ତୁଳାଇଥାନ୍ତି। ସ୍ବଳ୍ପ ବୟସରେ ଏଭଳି ଏକ ପ୍ରତିଭାର ଅଧିକାରୀ ହୋଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରିୟପାତ୍ର ହୋଇଛନ୍ତି ସେ।