ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ବ୍ଲକ ସମ୍ମୁଖର ଧାରଣା

0

(ସୁଜିତ ଶତପଥୀ / ମୟୁରଭଞ୍ଜ ) : ମୟୁରଭଞ୍ଜ ଜିଲ୍ଳା କୁସୁମୀ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ରବିନ୍ଦ୍ର ନାଥ କୁମ୍ଭକାରଙ୍କୁ ଚଳିତ ମାସ ଏକ ତାରିଖ ଦିନ କିଛି ଅଜଣା ଦୁବୃର୍ତ୍ତ ଟଣା ଓଟରା କରିବା ସହ ମାଡ ମଧ୍ୟ ମାରିଛନ୍ତି । ତାହାର ପ୍ରତିବାଦରେ ନିର୍ବାହୀ ଅଧିକାରୀ ଓ ଜିଆରଏସ ମିଳିତ ଭାବେ କଲମ ଛାଡ଼ ଆନ୍ଦୋଳନ କରି କୁସୁମୀ ବ୍ଲକ ସମ୍ମୁଖରେ ବସିଛନ୍ତି । ତାଙ୍କ କହିବା ଅନୁସାରେ ସେ ଏନେଇ ବାଦାମ ପାହାଡ଼ ଥାନାରେ ଏଫଆଇଆର ଦେଲା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରି ନାହିଁ । ତେଣୁ ସେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟ କଲମ ଛାଡ଼ ଆନ୍ଦେଳନରେ ବସିଛନ୍ତି । ବିଡ଼ିଓଙ୍କ ଜରିଆରେ ସେ ଜିଲ୍ଳାପାଳ , ଉପ ଜିଲ୍ଳାପାଳ, ଏସପି , ଓ.ଆଇ.ସି ଙ୍କୁ ଏଫଆଇଆର କପି ଦେଇଛନ୍ତି ।