(ପ୍ରଶାନ୍ତ ସ୍ୱାଇଁ): ଗାନ୍ଧୀ ଜୟନ୍ତୀରେ ଅଘଟଣ । ଆଜି ସକାଳେ ପାରାଦିପ ସମୁଦ୍ର ବେଳାଭୁମି ନିକଟରେ ଏକ ଅଘଟଣ ଘଟିଛି । ସମୁଦ୍ରରେ ଗାଧୋଇବାବେଳେ ଦୁଇଜଣ ଛାତ୍ରଙ୍କୁ ଉଧାର କରାଯାଇଥିବାବେଳେ ଜଣେ ଏବେବି ନିଖୋଜ ଅଛି । ସକାଳୁ ପାରାଦିପ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରମାନେ ସମୁଦ୍ର ବେଳାଭୁମିକୁ ଖେଳିବାକୁ ଯାଇଥିଲେ । ସେଥିମଧ୍ୟରୁ ତିନିଜଣ ଛାତ୍ର ସମୁଦ୍ରରେ ଗାଧୋଇବାକୁ ଯାଇ ସମୁଦ୍ର ଲହଡିରେ ଗୋଡ ଖସିଯିବାରୁ ବୁଡିଯାଇଥିଲେ । ତେବେ ଘଟଣାସ୍ଥଳରେ ପାରାଦିପ ବନ୍ଦର ଅଗ୍ନୀସମ ବିଭାଗ ପହଂଚିବାସହ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଦୁଇଜଣ ଛାତ୍ରଙ୍କୁ ଉଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି ।
ଉଧାର ହୋଇଥିବା ଦୁଇଜଣ ଛାତ୍ର ହେଲେ ଶୁଭମ କୁଲୁ ଓ ସାଇ ଜ୍ୟୋତୀ ବୋଲି ପରିଚୟ ମିଳିଥିବାବେଳେ ନିଖୋଜ ଛାତ୍ରଙ୍କ ପରିଚୟ ଅଶୁଂମାନ । ଉଧାର ଦୁଇଜଣ ଛାତ୍ର ଗୁରୁତର ଥିବାରୁ ତାଙ୍କୁ ପାରାଦିପ ପୋର୍ଟ ମେଡିକାଲରେ ଭର୍ତି କରାଯାଇଥିବାବେଳେ । ନିଖୋଜ ଛାତ୍ର ର ଉଧାର କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ, ପାରାଦିପ ସାମୁଦ୍ରିକ ଥାନା ଓ ସ୍ଥାନୀୟ ମତ୍ସ୍ୟଜିବୀ ସାମିଲ ହୋଇ ଉଧାର କାର୍ଯ୍ୟ ଜାରିରଖିଛନ୍ତି । ଆଜି ପୌରପରିଷଦ ପକ୍ଷରୁ ସମୁଦ୍ର ବେଳାଭୁମିରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱଛତା କାର୍ଯ୍ୟକ୍ରମ ଚାଲିଥିଲା । ମାତ୍ର ସେହି ସମୟରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରମାନେ ସମୁଦ୍ରକୁଳରେ ଖେଳୁଥିଲେ । ତେବେ ପାରାଦିପ ସାମୁଦ୍ରିକ ଥାନା ପକ୍ଷରୁ ସମୁଦ୍ର ବେଳାଭୁମିରେ କୌଣସୁ ସୁରକ୍ଷା କିମ୍ବା କୌଣସି ସୁରକ୍ଷାକର୍ମି ନଥିବାନେଇ ସାଧାରଣରେ ନିନ୍ଦା କରାଯାଉଛି ।
.