୩ଟି ପାଥୋଲ୍ୟାବ ଉପରେ ଚଢ଼ାଉ

0

(ତାରାକାନ୍ତ ନାଏକ / ସାଲେପୁର ) : କଟକଜିଲ୍ଲା ସାଲେପୁର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପାଖରେଥିବା ତିନୋଟି ପାଥୋଲ୍ୟାବ ଉପରେ ଉପଜିଲ୍ଲାପାଳଙ୍କ ନିର୍ଦେଶରେ ମୁଖ୍ୟ ଜିଲ୍ଲା ଚିକିସ୍ୟା ଅଧିକାରୀଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଅଧିକାରୀ ସଦଲବଳେ ସାଲେପୁର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ୩ଟି ପାଥୋଲ୍ୟାବ ଉପରେ ଚଢ଼ାଉ କରିଥିଲେ। ତା ମଧ୍ୟରୁ ଏସଆର ପାଥୋଲ୍ୟାବ ବନ୍ଦ ଥିଲା।ଅନ୍ୟଦୁଇଟି ପାଥୋଲ୍ୟାବ ମଧ୍ୟରୁ କଳିଙ୍ଗପାଥୋଲ୍ୟାବ କାଗଜପତ୍ର ଠିକ ନଥିବାରୁ ତାକୁ ସିଲ କରିଦିଆଯାଇଥିଲା। ଅପରପକ୍ଷେ ମା ପାଥୋଲ୍ୟାବ ର କାଗଜପତ୍ର ତନଖି କରାଯାଇଥିଲା।ତାହାର କିଛି କାଗଜପତ୍ର ଠିକ୍ ନଥିଲା ତାକୁ ତିରିଶ ଦିନ ସମୟ ଦିଆଯାଇଛି। କାଗଜପତ୍ର ଠିକ୍ କରିବା ପାଇଁ। ଏହି ଚଢାଉ ରେ ସହକାରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ। ସାଲେପୁର ବଜାର ରେ ବହୁତ ଗୁଡ଼ିଏ ପାଥୋଲାଵ ଥିବା ବେଳେ ଏହି ତିନୋଟି ସ୍ଥାନରେ କାହିଁକି ଚଢାଉ କରାଗଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।