ପର କରିଥିଲେ ନବୀନ, ଏବେ ଆପଣାଇଲେ ମୋହନ ସରକାର…

0

ସେଦିନ ମୁହଁ ଖୋଲିଥିଲେ ବୋଲି ହୋଇଥିଲେ ଟାର୍ଗେଟ । ପାଣ୍ଡିଆନଙ୍କ ବିରୋଧରେ ଅପ୍ରିୟ ସତ କହି ଗୋଟିଏ ଦିନରେ ହରାଇଥିଲେ ଚାକିରୀ । ସେବେ ନବୀନ ସିନା ପର କରିଥିଲେ, ଏବେ ଆପଣେଇ ନେଲେ ମୋହନ ସରକାର । ପାଖକୁ ଡାକିଲେ, ଅଭିଯୋଗ ବୁଝିବ ସହ ଫଟୋ ଉଠାଇଲେ । ଆମେ ସେହି ମହିଳା ଭାରତୀ ସିଂଙ୍କ କଥା କହୁଛୁ ଯିଏକି ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ବେଳେ ସେବେକାର ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ କହିବାରୁ ତାଙ୍କର ଚାକିରୀ ହରାଇଥିଲେ । ପରବର୍ତ୍ତି ସମୟରେ ଏହି ଘଟଣାକୁ ନେଇ ପ୍ରବଳ ବିରୋଧ ହେବା ପରେ ପୁର୍ନବାର ଚାକିରୀ ଫେରି ପାଇଥିଲେ ଭାରତୀ ସିଂ । ଗତକାଲି ସେ ମୟୁରଭଞ୍ଜ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । ମହିଳାଙ୍କୁ ସଶକ୍ତ କରିବା ପାଇଁ ମୋହନ ସରକାର କରିଥିବା ଯୋଜନାକୁ ପ୍ରଶଂସା କରିଛନ୍ତି ଭାରତୀ ସିଂ । ଏହାସହିତ ସେ କହିଛନ୍ତି ୨୪ ବର୍ଷର ଯାହା ନ ହୋଇଛି ତାହାକୁ ମୋହନ ୯ ମାସରେ କରି ଦେଖାଇଛନ୍ତି ।


ଭରବଙ୍କନଶ୍ୱରରେ ୧୧ ସେପ୍ଟେମ୍ବର ୨୦୨୩ ରେ ବ୍ୟାଙ୍କ ମିତ୍ରଙ୍କ ଆନେ୍ଦାଳନ ସମୟରେ ସେସମୟର ୫ଟି ସଚିବ ପାଣ୍ଡିଆନ ବିରୋଧରେ ଗର୍ଜିଥିଲେ ଭାରତୀ । କାରଣ ସେତେବେଲେ ଭିକେ ପାଣ୍ଡିଆନ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ହେଲିକପ୍ଟରରେ ବୁଲୁ ବୁଲୁ ହାତରେ ଲୋକ ଦେଖାଣିଆ ମାଳ ମାଳ ଅଭିଯୋଗ କାଗଜ ଧରି ସଭା ସମିତିରେ ଦେଖାଉଥିଲେ । ସେମିତି ପାଣ୍ଡିଆନ ଗାଁରୁ ଗାଁ ବୁଲି ଲୋକ ମାନଙ୍କ ସମସ୍ୟା ବୁଝନ୍ତୁ ବୋଲି ଭାରତୀ ଅଭିଯୋଗ ଆଣିଥିଲେ । ବାସ୍ ସେଇ କଥାରେ ଭାରତୀଙ୍କ ଉପରେ କାର୍ଯ୍ୟ ଅବହେଳାର ଦୋଷ ଦେଇ ମାତ୍ର ଦୁଇ ଦିନ ଭିତରେ ନବୀନ ସରକାର ତାଙ୍କୁ ଚାକିରୀରୁ ଛଟେଇ କରିଥିଲେ । ମୟୁରଭଞ୍ଜର ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକତ୍ର କରି ସେମାନଙ୍କୁ ଆଗକୁ ଯିବାକୁ ସହାୟତା ଓ ପ୍ରେରଣା ପାଇଁ ଅନେକ ଥର ପୁରସ୍କୃତ ହୋଇଥିଲେ ଭାରତୀ । ତେଣୁ ବିନା କୈାଣସି ପୂର୍ବ ନୋଟିସରେ ତାଙ୍କୁ ଚାକିରୀରୁ ବହିଷ୍କାର ନିର୍ଦେଶକୁ ସହଜରେ ଗ୍ରହଣ କରିନପାରି ଏହାର ପ୍ରତିବାଦ କରିଥିଲେ ଭାରତୀ ।

ମାତ୍ର ୬ ହଜାର ଟଙ୍କାରେ ନିଜର ପରିବାର ପ୍ରତିପୋଷଣ କରୁଥିନା ଭାରତୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଅନେକ ଥର ଗଣମାଧ୍ୟମରେ ଖବର ବାଜିଥିଲା । ଭାରତୀଙ୍କ ସପକ୍ଷରେ ରହିଥିଲେ ସାଧାରଣ ଲୋକ. ନେତା,ଗଣ୍ଡ ସମଜା ଓ ବୟାଙ୍କ ମିତ୍ର ସଂଘ । ଶେଷରେ ଲୋକଙ୍କ ଦାବି ଆଗରେ ହାର ମାନିଥିଲା ପ୍ରଶାସନ । ଆଉ ଏକ ମାସ ପରେ ଭାରତୀ ତାଙ୍କର ଚାକିରୀ ଫେରି ପାଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଜିଲ୍ଲାକୁ ଆସୁଥିବା ଜାଣି ତାଙ୍କୁ ଭେଟିଥିଲେ ଭାରତୀ ସିଂ । ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କୁ ଭେଟି ତାଙ୍କର ଅଭିଯୋଗ ଶୁଣିଥିଲେ । ଯାହାକୁ ନେଇ ଖୁସିବ୍ୟକ୍ତ କରିଥିଲେ ଭାରତୀ ।