ଘର ଥାଇ ରାସ୍ତାକଡ଼ରେ କୁକୁର ବିଲେଇ ସହିତ ରୁହନ୍ତି ମହିଳା

0

ଯେଉଁମାନଙ୍କର ନିଜସ୍ୱ ଘର ନାହିଁ ସେମାନେ ରାସ୍ତାକଡ଼ରେ ରହିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଆପଣ କେବେ କାହାକୁ ନିଜ ଇଚ୍ଛାରେ ରାସ୍ତାକଡ଼ରେ ରହୁଥିବା ଦେଖିଛନ୍ତି କି? ଆଜିକାଲି ଜଣେ ମହିଳା ଏକ କାରରେ ରୁହନ୍ତି, ତାହା ମଧ୍ୟ ଗୃହପାଳିତ ପଶୁମାନଙ୍କ ସହିତ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ ।
ଷ୍ଟିଫାନି ନାମକ ଜଣେ ମହିଳା ସୋସିଆଲ୍ ମିଡିଆରେ ଲିଟିଲ୍ ହିପି ଗାର୍ଲ ନାମରେ ପ୍ରସିଦ୍ଧ । ତାଙ୍କର ଏକ କାର ଅଛି , ଯେଉଁଥିରେ ସେ କୁକୁର ଏବଂ ବିଲେଇ ସହିତ ରୁହନ୍ତି । କିନ୍ତୁ ଏହା ନୁହେଁ ଯେ ତାଙ୍କର ଘରର ଅଭାବ ରହିଛି । ଏପରି ଜୀବନ ବାଛିବାର କାରଣ କ’ଣ ବୋଲି ସେ କହିଥିଲେ ଯେ, ସେ ସ୍ୱାଧୀନଭାବେ ବଞ୍ଚିବାକୁ ଚାହାଁନ୍ତି । ସେ ଗୋଟିଏ ସ୍ଥାନରେ ରହିବାକୁ ଭଲ ପାଆନ୍ତି ନାହିଁ । ତାଙ୍କ କାର ସାହାଯ୍ୟରେ ସେ ବିଭିନ୍ନ ସହରକୁ ଯାଇ ସେଠାରେ ବାସ କରିବା ଆରମ୍ଭ କରନ୍ତି ।
ନିକଟରେ ଷ୍ଟିଫାନି ସୋସିଆଲ ମିଡିଆରେ ଦୁଇଟି ଭିଡିଓ ପୋଷ୍ଟ କରିଛନ୍ତି , ଯେଉଁଥିରେ ସେ ରହୁଥିବା କାରକୁ ବୁଲି ଦେଖାଉଛନ୍ତି। ତାଙ୍କର ଆବଶ୍ୟକ ସମସ୍ତ ଜିନିଷ କାର ଭିତରେ ରଖିଛନ୍ତି। କୁକୁରମାନେ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ସେଠାରେ ଅଛି । ବାଥରୁମ ଜିନିଷଠାରୁ ଆରମ୍ଭ କରି ପୋଷାକ ଏବଂ ସେମାନଙ୍କ କାର୍ୟ୍ୟ ସମ୍ବନ୍ଧୀୟ ଜିନିଷ ମଧ୍ୟ କାରରେ ରଖିଛଛି । କାରରେ ସେ ଏକ ଶଯ୍ୟା ପକାଇଛନ୍ତି ଯେଉଁଥିରେ କୁକୁରମାନେ ଶୋଇଛନ୍ତି । ଏହା ବ୍ୟତୀତ ଦ୍ୱିତୀୟ ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋଷେଇ ଘର ସହ ଜଡିତ ଅନେକ ଜିନିଷ ତାଙ୍କ ଟ୍ରଙ୍କରେ ରଖାଯାଇଛି । ଷ୍ଟିଫାନି କହିଛନ୍ତି ଯେ, ତାଙ୍କ ପାଖରେ ଶୌଚାଳୟ ସୁବିଧା ନାହିଁ । ଏଥିପାଇଁ ସେ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରନ୍ତି । ତାଙ୍କର ଏହି ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।