ଭୁବନେଶ୍ୱର: ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ। ଭୁବନେଶ୍ୱରରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି। ସୂଚନା ଅନୁଯାୟୀ, ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ଦୁଷ୍କର୍ମ କରାଯିବା ସହ ବ୍ଲାକମେଲିଂ କରି ତାଙ୍କୁ ଅଭିଯୁକ୍ତ ଟଙ୍କା ମାଗୁଥିଲା । ଏନେଇ ସେ ଛତିଶଗଡ଼ର କବୀରନଗର ଥାନାରେ ଅଭିଯୋଗ କରିବା ପରେ ଆକ୍ସନ ମୋଡ଼କୁ ଆସିଥିଲା ପୋଲିସ। ଅଭିଯୋଗ ଆଧାରରେ ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ଜିରୋ ଏଫଆଇଆରରେ ମାମଲା ରୁଜୁ କରି ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି।