ଲାହୋର: ୪୪ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ରାସ୍ତାରେ ଛାତିଏ ଉଚ୍ଚର ପାଣି

0

ଦେଶରେ ବର୍ଷା ସ୍ଥିତି ଉକ୍ରଟ ହୋଇଥିବା ବେଳେ ପଡୋଶୀ ରାଷ୍ଟ୍ର ପାକିସ୍ତାନର ସ୍ଥିତି ଗମ୍ଭୀର । ରାଜଧାନୀ ଲାହୋରରେ ପାଣି ଛାତିଏ ଉପରେ । ଗୁରୁବାର ସକାଳୁ ଲାହୋରରେ ୩ ଘଣ୍ଟା ଧରି ଲଗାଣ ବର୍ଷା ହୋଇଥିଲା । ପ୍ରାୟ ୩୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ବିଗତ ୪୪ ବର୍ଷର ସବୁ ରେକର୍ଡ ଭାଙ୍ଗିଦେଇଛି । ଜଳବନ୍ଦୀ ସ୍ଥିତି ଉପରେ ଲୋକେ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଯାହାକୁ ନେଇ ଏବେ ଲାହୋର ଟ୍ରେଣ୍ଡ କରୁଛି । ଏଥିରେ ଲୋକେ ମରିୟମ ନବାଜଙ୍କୁ ଲୋକେ ଟ୍ରୋଲ କରୁଛନ୍ତି ।
ସୋସିଆଲ ମିଡିଆରେ ଆସୁଥିବା ଭିଡିଓ ଓ ଫଟୋରେ ଦେଖିବାକୁ ମିଳୁଛି କି, ଲାହୋରରେ ଘର, ରାସ୍ତାଘାଟ ସବୁ ଜଳାର୍ଣ୍ଣବ ହୋଇଯାଇଛି । ରାସ୍ତା ଉପରେ କାରସବୁ ବୁଡିଯାଇଛି । ଛାତିଏ ଲେଖା ପାଣିରେ ଠିଆହୋଇ ସାମ୍ବାଦିକ ନ୍ୟୁଜ ପରିବେଷଣ କରୁଛନ୍ତି । ଘରେ ପାଣି ପସିଯିବାରୁ ଲୋକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି । ଲୋକଙ୍କ ଦୈନନ୍ଦିର କାମରେ ବାଧା ଉପୁଜୁଛି । ଏମିତି ଅନେକ ଘରେ ଚୁଲି ଜଳିବା ମଧ୍ୟ ସମ୍ଭବ ହୋଇନି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି, ଲାହୋର ପାଣିରେ ବୁଡିରହିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାରିୟମ ନବାଜ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ।