ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କୃଷକ ମାନଙ୍କ ଉପରେ ଗାଡି ଚଢାଇଦେଇଥିବା ଆଶିଷ ମିଶ୍ରାଙ୍କୁ ଆଜି କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି । ଲଖିମପୁର ପୋଲିସ ଲାଇନସ୍ଥିତ କ୍ରାଇମ୍ ବ୍ରାଞ୍ଚ୍ ଅଫସିରେ ପହଞ୍ଚିଛନ୍ତି ଆଶିଷ ମିଶ୍ରା । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଉତ୍ତର ପ୍ରଦେଶ ପୁଲିସ ଆଗରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ସଂକ୍ରାନ୍ତରେ ଗତକାଲି ତାଙ୍କୁ ପଚରାଉଚରା କରାଯିବା କଥା। ସେଥିପାଇଁ ସମନ୍ ପଠାଯାଇଥିଲେ ବି ଗତକାଲି ତାଙ୍କର ଦେଖା ନ ଥିଲା କି, ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ନ ଥିଲେ। ଆଜି ଆଶିଷ ମିଶ୍ରା ପୁଲିସ ଆଗରେ ହାଜର ହେବେ ବୋଲି ତାଙ୍କ ଆଇଗତ ପରାମର୍ଶଦାତା ଅଦ୍ୱେଶ କୁମାର କହିଥିଲେ। ସେ କହିଥିଲେ, ଆମେ ନୋଟିସ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ତଦନ୍ତରେ ସହଯୋଗ କରିବୁ।