ଲଖିମପୁର ହିଂସା : ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ଅଭିଯୁକ୍ତ କିଏ ଏବଂ ସେମାନେ ଗିରଫ ହୋଇଛନ୍ତିକି ନାହିଁ ଏହି ସବୁ ବିଷୟରେ ସମ୍ପୁର୍ଣ୍ଣ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶରେ ଲକ୍ଷମିପୁରର ଖେରି ଅଞ୍ଚଳରେ କେନ୍ଦ୍ର ରାଜ୍ୟ ଗୃହ ମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡି ଚଢାଇନେବାରୁ କୃଷକ ମାନଙ୍କ ମୃତ୍ୟ ହୋଇଥିବା ନେଇ କୃଷକ ମାନେ ଅଭିଯୋଗ କରିଥିଲେ । କିନ୍ତୁ ଏହି ହିଂସାରେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ସୁପ୍ରିମକୋର୍ଟ ନିଜ ତରଫରୁ ଏହି ମାମଲାରେ ରିପୋର୍ଟ ମାଗିଛନ୍ତି । ଆସନ୍ତା କାଲି ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଦିନ ଧାର୍ଯ କରାଯାଇଛି ।