କୋରାପୁଟ: କୋରାପୁଟ ନାରାୟଣପାଟଣା ବ୍ଲକ ସଦରରେ ପୋଲିସ ଏବଂ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ତରଫରୁ ଚଢାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ । ଏଥିସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଯ ଚାଲାଣ କରିଛି ।
ବେଆଇନ ଭାବେ ଏହି ଅଞ୍ଚଳରେ ବିପୁଳ ମଦ ଗଚ୍ଚିତ ଥିବା ଖବର ପାଇ ଏହି ଟିମ ଶ୍ରୀକାନ୍ତ ଚୌଧୁରୀ ଏବଂ ପୂର୍ଣ୍ଣଚନ୍ଦ୍ର ପୁରିସେଠୀଙ୍କ ଘର ଉପରେ ଚଢାଉ କରିଥିଲା । ଚଢାଊରେ ପୂର୍ଣର୍ଚନ୍ଦ୍ରଙ୍କ ଘରୁ ୨୨ ଲିଟର ବିୟର ଏବଂ ଗୋଟିଏ ଫ୍ରିଜ ଜବତ କରିଥିବା ବେଳେ ଶ୍ରୀକାନ୍ତଙ୍କ ଘରୁ ୮୧ ଲିଟର ବିଦେଶୀ ମଦ ଏବଂ ୧୫୭ ଲିଟର ବିୟର ଓ ଏକ ଫ୍ରିଜ ଜବତ ହୋଇଛି । ଜବତ ସମସ୍ତ ମଦ ଓ ବିୟରର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ। ପ୍ରମୋଦ କୁମାର ବାଣୁଆ ସଦର ଅବକାରୀ ନିରୀକ୍ଷକ, ଉପନିରୀକ୍ଷକ ଏସଆଇ କୁମାର ରଥ, ଖଗେଶ୍ୱର କୋଟା ଏସଆଇ ଡିଏଫଏସ, ଅବକାରୀ କର୍ମଚାରୀ, ଏପିଆର ଫୋର୍ସ ଓ ସ୍ଥାନୀୟ ପୁଲିସ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା। ଏହାପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।