ଭୁବନେଶ୍ୱର;(ରିପୋଟର୍ସ ଟୁଡେ);- ପଦାକୁ ଆସିଲା ଲକ୍ଷ୍ମୀ ବସ୍ କେଳେଙ୍କାରୀ । ଲକ୍ଷ୍ମୀ ବସ୍ ନାଁରେ ଚଳୁ ହୋଇଛି କୋଟି ଟଙ୍କା । ବିଧାନସଭାର ତୃତୀୟ ଅଧିବେଶନରେ ବିରୋଧୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ । ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଲକ୍ଷ୍ମୀ ବସ ଯୋଜନା ବିଷୟ ଗୃହରେ ଉଠାଇ ମାଗିଥିଲେ ହିସାବ । ଏହି ଯୋଜନାରେ କେତେ ଲାଭ କି କ୍ଷତି ହୋଇଥିବାର ହିସାବ ମାଗିଥିଲେ । ଏହାର ଉତ୍ତର ରଖିଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ।
ସାରା ରାଜ୍ୟରେ କାର୍ୟ୍ୟକାରୀ ହୋଇଥିବା ଲକ୍ଷ୍ମୀ ବସ୍ ଯୋଜନାରେ ମାତ୍ର ଗୋଟିଏ ବର୍ଷ ଭିତରେ ମୋଟ ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦- ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥିରୁ ଆଦାୟ ହୋଇଥିଲା ମାତ୍ର ୨୫ କୋଟି ୩ ଲକ୍ଷ । କିନ୍ତୁ ଏହି ଯୋଜନାରେ ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।