ଚିରନିଦ୍ରାରେ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ

0

(ମମତା ସାମଲ): ଆଜି ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ବିୟୋଗ ଘଟିଛି । ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ୬ମାସ ହେବ ସେ ଅସ୍ଥିମଜ୍ଜା କ୍ୟାନ୍ସର ରୋଗରେ ପୀଡିତ ଥିଲେ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ।
ଶ୍ରୀ ନାୟକ ପଶ୍ଚିମ ଓଡିଶା ଶ୍ରମିକ ସଂଘ, ବିଦ୍ୟୁତ କର୍ମଚାରୀ ସଂଘ ଏବଂ ରିକ୍ସା ଓ ଅଟୋ ଚାଳକ ସଂଘ ଭଳି ପ୍ରାୟ ୫୦ଟି ସଂଗଠନର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ବଲାଙ୍ଗୀର ମାଟିର ପ୍ରଚଣ୍ଡ ସ୍ୱର, ରକ୍ତଦାନର ପ୍ରଭଳ୍ଭ ପ୍ରେରଣା,ଗିରବ ଜନସାଧାରଣଙ୍କ ଚିରସାଥୀ,ସମାଜସେବାର ବିରଳ ମଣିଷ ଆଜି ଜୀବନ ସଂଗ୍ରାମରେ ହାରି ଯାଇଛନ୍ତି । ମୃତ୍ୟୁ ଖବର ପ୍ରଘଟ ହେବା ପରେ ଚାରିଆଡେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।