ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ୬ ଜଣ ଯବାନ ଆହତ

0

ଶ୍ରୀନଗର : ଜମ୍ମୁ କାଶ୍ମୀର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛ ।
ଅଧିକାରୀଙ୍କ ସୂଚନା ମୁତାବକ , ଭାରତୀୟ ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା । ସେଥିରେ ଜଣେ ସୈତିକ ହଠାତ ଲ୍ୟାଣ୍ଡମାଇନ ଉପରେ ଚଢି ଯିବାରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ଉକ୍ତ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।