ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ବିସ୍ଥାପିତଙ୍କୁ ୧୦ ଡିସିମିଲ୍ ଲେଖାଏଁ ଜମି ଦିଆଯିବ ବୋଲି ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ । ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତଙ୍କୁ ଜମି ଦେବାକୁ କୁହାଯାଇଛି । ଏବେ ସୁଦ୍ଧା ୪୪୦୦ କ୍ଷତିଗ୍ରସ୍ତ ପରିବାରକୁ ପଟ୍ଟା ଦିଆଯାଇଥିବା ସେ କହିଛନ୍ତି ।
ହୀରାକୁଦ ବନ୍ଧ ଦ୍ବାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ୭୦ ବର୍ଷ ତଳେ ଡିସି ପଟ୍ଟା ଦିଆଯାଇଥିଲା। ସେହି ପଟ୍ଟା କିନ୍ତୁ ଏବେ କୌଣସି କାମର ନୁହେଁ। ଯେଉଁମାନଙ୍କୁ ଡିସି ପଟ୍ଟା ମିଳିଛି, ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ। ଝାରସୁଗୁଡ଼ା ଜିଲ୍ଲାର ଡିସି ପଟ୍ଟା ପାଇଥିବା ଲୋକଙ୍କ ମଧ୍ୟରୁ କେବଳ ୪୨୦୦ ଜଣଙ୍କୁ ସ୍ଥାୟୀ ପଟ୍ଟା ମିଳିଛି। ତଥାପି, ଆହୁରି ଅନେକ ବାକି ରହିଛନ୍ତି। ସମ୍ବଲପୁର, ବରଗଡ଼ ଜିଲ୍ଲାରେ ବି ସେଭଳି ବହୁ ହିତାଧିକାରୀ ରହିଛନ୍ତି।
ହୀରାକୁଦ ଜଳଭଣ୍ଡାରର ୬୩୨ ଫୁଟ୍ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୩୦ ଫୁଟ୍ ପର୍ଯ୍ୟନ୍ତ ରହୁଛି। ୬୩୦ରୁ ୬୩୨ ମଧ୍ୟରେ ବହୁ ବିସ୍ଥାପିତ ପରିବାର ଚାଷବାସ କରି ପେଟ ପୋଷୁଛନ୍ତି। ଯେଉଁ ବିସ୍ଥାପିତ ପରିବାର ଏଭଳି ଜମିରେ ଚାଷ କରୁଛନ୍ତି, ସେମାନଙ୍କୁ ମଧ୍ୟ ଜମି ପଟ୍ଟା ଦିଆଯିବ। ହୀରାକୁଦ ଠାରୁ ଆରମ୍ଭ କରି ରେଂଗାଲି ବନ୍ଧ ଓ ଅନ୍ୟାନ୍ୟ ବନ୍ଧ ବାସଚ୍ୟୁତମାନଙ୍କୁ ବି ନ୍ୟାୟ ପ୍ରଦାନ କରାଯିବ।