ଭୁବନେଶ୍ବର: ଆରମ୍ଭ ହେଲା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା । ସକାଳ ପର୍ୟ୍ୟନ୍ତ ଚାଲିବ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ରାତି ୧୨ଟା ୫ରୁ ଆରମ୍ଭ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।ଦାନାର ଲ୍ୟାଣ୍ଡଫଲ ସହ ବଢ଼ିବାରେ ଲାଗିଛି ବର୍ଷା ସାଙ୍ଗକୁ ପବନର ପରିମାଣ । ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର ।ଭୟଙ୍କର ରୂପ ନେଇ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଛି । ଦାନା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବେଗରେ ପବନ ବହିବା ଆରମ୍ଭ କରିଛି । ପ୍ରାୟ ୨ରୁ ୩ ଘଣ୍ଟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ସୂଚନା ରହିଛି ।