ଭୀଷଣ ବର୍ଷା ପ୍ରଭାବରେ ଜମ୍ମୁରେ ଭୂସ୍ଖଳନ : ଗଲାଣି ୩ ଜୀବନ

0

ଶ୍ରୀନଗର: ଜମମୁ ଓ କାଶ୍ମୀର ରମ୍ବନ ଜିଲ୍ଳାରେ ଭୀଷଣ ବର୍ଷା ଚିନ୍ତାର ବିଷୟ ପାଲଟିଛି । ଜୀନବ ମାଗର୍କୁ ସମ୍ପୂର୍ଣ୍ଣ ରୂପେ ବିଗାଡି ଦେଇଛି । ଲଗାଣ ବର୍ଷା ଫଳରେ ବର୍ତ୍ତମାନ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ହଠାତ୍ ରମ୍ବନ ଜିଲ୍ଳାରେ ବନ୍ୟା ହେବା ସହ ଭୂକମ୍ପ ସୃଷ୍ଟି ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁସରେ, ଜମ୍ମୁରେ ହଠାତ୍ ପ୍ରବଳ ପବନ ଓ ବର୍ଷା ହୋଇଥିଲା । ଫଳରେ ଲୋକମାନେ ବହୁ ହନ୍ତସନ୍ତ ମଧ୍ୟ ହେଉଥିଲେ । ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଭାବରେ ଜମ୍ମୁରେ ଭୂସ୍ଖଳନ ହୋଇଛି । ଜମ୍ମୁର ରାମବନରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଭୂସ୍ଖଳନରେ ବହୁ ଲୋକଙ୍କ ଘର ବୁଡିଯିବା ସହିତ ଶହଶହ ଯାନବାହନ ଫସି ରହିଛି। କେତେ ଲୋକ ବାସ ଶୂନ୍ୟ ହେବା ସହିତ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି । ଏନେଇ ଉଦ୍ଧାରକାରୀ ଦଳ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।