ନୂଆଦିଲ୍ଲୀ: କେଦାରନାଥ ରାସ୍ତାରେ ବଡ ଧରଣର ଭୂସ୍କଳନ ।୧୩ଜଣ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଅଭାବନିୟ ଘଟଣା ଘଟିଛି । କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଲଗାଣ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ଆଶଙ୍କା କରାଯାଇଛି ।
ଏହି ଭୁସ୍କଳନ ଫଳରେ ରାସ୍ତାରେ ଥିବା ତିନୋଟି ମନ୍ଦିର ନଦୀରେ ଭାସି ଯାଇଥିବା ବେଳେ ୧୩ ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁରନ୍ତ ଖବର ପାଇ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ୟ୍ୟରେ ବାଧା ଉପୁଜିଛି । ନିଖୋଜ ଥିବା ଲୋକମାନେ ତୀର୍ଥ ଯାତ୍ରୀ ନୁହନ୍ତି । ସେମାନେ ସେଠାରେ ବ୍ୟବସାୟ କରୁଥିବା ଦୋକାନୀ ବୋଲି ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସର କହିଛନ୍ତି ।