ପ୍ରବଳ ବର୍ଷା ହୋଇ ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଫସି ରହିଛି ଅନେକ ଗାଡି

0

ଗତ କାଲି ପ୍ରବଳ ବର୍ଷା ହୋଇ ହିମାଚଳ ପ୍ରଦେଶରେ ହୋଇଛି ଭୂସ୍ଖଳନ । ଫଳରେ ଯାନବାହନ ଚଳାଚଳରେ ବ୍ୟାହାତ ହେବାରୁ ଶତାଧିକ ଲୋକ ରଜ୍ୟ ରଜପଥରେ ଫସି ରହିଛନ୍ତି । ମନାଲି-ଚଣ୍ଡିଗଡ ଜାତୀୟ ରାଜପଥରେ ପାଖାପାଖି ୧୧ କିଲୋମିଟର ଯାଏ ଟ୍ରାଫିକ ଜାମ ଥିବା ଦେଥିବାକୁ ମିଳିଛି । କୁହାଯାଉଛି ଯେ, ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅଟ ନିକଟରେ ୨୦୦ରୁ ଅଧିକ ଲୋକ ଅଟକି ରହିଛନ୍ତି। ସେମନଙ୍କ ମଧ୍ୟରେ ଏକାଧିକ ଯାତ୍ରୀ ଥିବା କୁହାଯାଉଛି। ପ୍ରଶାନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି, ଭୂସ୍ଖଳନ ଓ ବନ୍ୟା ପାଇଁ ଟ୍ରାଫିକ୍ ଜାମ୍ ହେବାରୁ ଏବେ ରାସ୍ତା ବନ୍ଦ ରହିଛି। ଆମେ ଗତ ସନ୍ଧ୍ୟାରୁ ରାସ୍ତାରେ ଫସି ରହିଛୁ। ଜାମ୍ ବଢ଼ିବା ସହ ଏକାଧିକ ଗାଡ଼ି ଅଟକି ରହିଛ । ଏ ମଧ୍ୟରେ ମଣ୍ଡି ପ୍ରଶାସନ ଅଧିକାରୀ କହିଛନ୍ତି ଯେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ରାସ୍ତାକୁ ଅବରୋଧ କରିଥିବା ବଡ଼ ବଡ଼ ପଥରକୁ ବିସ୍ଫୋରଣ କରି ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଚଣ୍ଡିଗଡ଼କୁ ମନାଲି ସହିତ ସଂଯୋଗ କରୁଥିବା ଜାତୀୟ ରାଜପଥ -୨୧   ସାତ-ଆଠ ଘଣ୍ଟା ମଧ୍ୟରେ ଖୋଲିବ ବୋଲି ଆଶା କରାଯାଉଛି। ଯାତ୍ରୀମାନଙ୍କୁ ରାସ୍ତା ଖୋଲା ନହେବା ପର୍ଯ୍ୟନ୍ତ ମଣ୍ଡି ଆଡକୁ ନଯିବାକୁ ପରାମର୍ଶ ଦିଆଯାଇଛି।