ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାପକ ପରିମାଣର ସୁନା ଓ ରୂପା ଜବତ

0

ଭୁବନେଶ୍ବର : ବିମାନବନ୍ଦରରୁ ଜବତ ହୋଇଛି ବିପୁଳ ପରିମାଣର ସୁନା , ରୂପା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାପକ ପରିମାଣର ସୁନା ଓ ରୂପା ଜବତ। ଦୁଇଟି କଣ୍ଟେନରେ ବୋଝେଇ ହୋଇ ଚାଲାଣ ହେଉଥିବା ବେଳେ ସୁନା-ରୂପା ଜବତ କରିଛି ସିଟି ଜିଏସ୍ଟି ବିଭାଗ। ପାଖାପାଖୀ ୮୦ କେଜି ସୁନା ଓ ଦେଢ଼ କ୍ବିଣ୍ଟାଲ ରୂପା ଜବତ ହୋଇଥିବା ସୂଚନା ରହିଛି।ତେବେ ଜବତ ହୋଇଥିବା ସୁନାର  ଆନୁମାନିକ ମୂଲ୍ୟ ୩୦ କୋଟିରୁ ଉର୍ଦ୍ଧ୍ବ ହୋଇଥିବା ବେଳେ  ରୁପାର  ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବ୍ୟାଙ୍କରୁ ଏଟିଏମ୍‌କୁ ଟଙ୍କା ନେବା ପାଇଁ ଯେଉଁ ଗାଡ଼ି ବ୍ୟବହାର କରାଯାଏ ସେହି ଗାଡ଼ିରେ ଚାଲାଣ ହୋଇଥିବା ଜଣାପଡ଼ିଛି। ଏହି ଗାଡିରେ ସୁରକ୍ଷା ବିଶେଷ ଗୁରୁତ୍ବ ଦିଆଯାଇଥାଏ। ଏହି ଗାଡ଼ିକୁ ଖୋଲିବା କଷ୍ଟକର ଯେଉଁମାନେ ସେହି ଗାଡି ଦାୟିତ୍ବରେ ଥିବେ ସେମାନେ‌ଖୋଲି ପାରିବେ। ତେବେ ଏହି ଗାଡିରେ ସୁନା ନେବା ଆଣିବାକୁ ନେଇ ପ୍ରଶ୍ନ ଉଠିଛି।ଏକ ବଡ଼ ଧରଣର ସୁବ୍ୟବସ୍ଥିତ ଢାଞ୍ଚାରେ ଏପରି ସୁନା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ଏହା କାରବାର କାହାର ହାତ ଅଛି ତାହା ଜାଣିବା ପାଇଁ ସିଟି ଜିଏସ୍‌ଟି ଟିମ୍‌ ଛାନଭିନ୍‌ ଆରମ୍ଭ କରିଛି।