“ମିଛ ଖବରକୁ ପ୍ରଚାର କରନ୍ତୁ ନାହିଁ” : ଲତା ମଙ୍ଗେସକରଙ୍କର

ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସାମ୍ନାକୁ ଆସିଛି ତଥ୍ୟ । ଏବେବି ଆଇସିୟୁରେ ଅଛନ୍ତି ଏହି ଲୋକପ୍ରିୟ ଗାୟିକା।

0

(ମୁମ୍ବାଇ) : ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସାମ୍ନାକୁ ଆସିଛି ତଥ୍ୟ । ଏବେବି ଆଇସିୟୁରେ ଅଛନ୍ତି ଏହି ଲୋକପ୍ରିୟ ଗାୟିକା। କୋଭିଡ୍‌ ପଜିଟିଭ୍‌ ହେବା ପରେ ତାଙ୍କୁ ମୁମ୍ୱାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଏକ ବୟାନ ଦ୍ୱାରା ଲତା ମଙ୍ଗେସକର ଲୋକଙ୍କୁ ଅପିଲ କରି କହିଛନ୍ତି , ମିଛ ଖବରକୁ ପ୍ରଚାର କରନ୍ତୁ ନାହିଁ । ଲତା ଦିଦି ଏବେ ଆଇସିୟୁରେ ଅଛନ୍ତି ଏବଂ ଡକ୍ଟର ପ୍ରତିତ ସାମଦାମୀ ନିଜର ଡାକ୍ତରୀ ଟିମ୍ ସହ ମିଶି ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।

ସୂଚନାନୁଯାୟୀ , ଲତା ମଙ୍ଗେସକରଙ୍କର କୋଟି କୋଟି ପ୍ରଶଂସକ ତାଙ୍କର ସୁସ୍ଥତା ନେଇ ପ୍ରାର୍ଥନା କରୁଛନ୍ତି। ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଲଗାତାର ଅପଡେଟ୍‌ ଜାରି କରାଯାଉଛି । ଏବେ ଲତା ମଙ୍ଗେସକରଙ୍କର ମୁଖପାତ୍ର ଏକ ବୟାନ ଜାରି କରି କହିଛନ୍ତି କି ଏକ ଡାକ୍ତରୀ ଟିମ୍‌ ଲଗାତାର ତାଙ୍କର ନିରୀକ୍ଷଣରେ ଅଛନ୍ତି ।