ନିର୍ମୂଳୀ ଲତାରେ ଲୁଚି ରହିଛି େଔଷଧୀୟ ଗୁଣ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଶରୀର ପାଇଁ ଲାଭଦାୟକ ନିର୍ମୂଳୀ ଲତା । ଏହି ଲତାରେ ଲୁଚି ରହିଛି ଅନେକ େଔଷଧୀୟ ଗୁଣ । ସ୍ଥାନ ଅନୁସାରେ ଏହି ଲତାର ନାମକରଣ କରାଯାଇଛି । ଏହି ଲତାର ଫାଇଦା ସମ୍ପର୍କରେ ଜାଣିବା ନିତାନ୍ତ ଜରୁରୀ ।
ଅଧିକ ମାତ୍ରାରେ କେଶ ଉପୁଡ଼ୁଥିଲେ ବା ଚନ୍ଦପଣ ଜନିତ ସମସ୍ୟା ଥିଲେ ଏହି ଲତାର ବ୍ୟବହାର କରି ଉପଶମ ପାଇପାରିବେ । ୨ ଚାମଚ ରାଶି ତେଲ ସହ ୩୦ ଗ୍ରାମ ନିର୍ମୁଳୀ ଲତା ପେଶି ମୁଣ୍ଡର ମସାଜ କରିଲେ କେଶ ଝଡ଼େନାହିଁ । କିଛି ଦିନ ଏପରି କଲେ ପରିବର୍ତନ ଜାଣିପାରିବେ ।
ଯଦି ଆପଣଙ୍କ ପିଲାର ଉଚ୍ଚତା ନ ବଢିବା ଜନିତ ସମସ୍ୟା ରହିଛି ତେବେ ଏହି ଲତା ଆପଣଙ୍କୁ ମୁକ୍ତି ଦେବ । ଏହି ଲତା ପେଶି କ୍ଷୀରରେ ତା ରସ ମିଶାଇ ପିଇଲେ କିଛି ଦିନ ମଧ୍ୟରେ ଉଚ୍ଚତା ବଢେ ।
ଏହା ସହ ଆଘାତ ହୋଇଥିବା ସ୍ଥାନରେ ନିର୍ମୁଳୀ ଲତା ଲଗାଇଲେ ତାହା ଶୀଘ୍ର ଠିକ୍‌ ହୋଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରେ ନିର୍ମୁଳୀ ଲତା।