ବ୍ୟସ୍ତବହୁଳ ଲାଇଫଷ୍ଟାଇଲ ଏବଂ କାମ ଯୋଗୁ ଅଧିକାଂଶ ଲୋକଙ୍କୁ ନିଦ ଭଳ ହୁଏ ନାହିଁ । ବର୍ତ୍ତମାନର ମଡର୍ଣ୍ଣ ଲାଫଇ ଷ୍ଟାଇଲ ନାଁରେ ଲୋକମାନେ ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସକୁ ଆପଣାଉଛନ୍ତି । କିନ୍ତୁ ଏହି ମଡର୍ଣ୍ଣ ଅଭ୍ୟାସ ଆପଣଙ୍କୁ ଅନେକ ରୋଗରେ ଆକ୍ରାନ୍ତ କରିପାରେ ।
ନିକଟରେ ଏହାକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରିଥିଲେ, ଯେଉଁଥିରେ ଜଣାପଡ଼ିଛି ଯେ ବିଳମ୍ବିତ ରାତିରେ ଶୋଉଥିବା ଲୋକଙ୍କୁ ଟାଇପ୍ ୨ ଡାଇବେଟିଜ୍ ହେବାର ଆଶଙ୍କା ଅଧିକ ରହୁଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁଥାନ୍ତି, ଅନ୍ୟ ଲୋକଙ୍କ ତୁଳନାରେ ସେମାନଙ୍କୁ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହି ଅନୁସନ୍ଧାନ ଆନ୍ନାଲ୍ସ ଅଫ୍ ଇଣ୍ଟରନାଲ ମେଡିସିନ୍ ଜର୍ନାଲରେ ପ୍ରକାଶିତ ହୋଇଛି ।
ହାଭର୍ଡ ମେଡିସିନ୍ ସ୍କୁଲର ଅନୁସନ୍ଧାନକାରୀମାନେ ୬୦ ହଜାର ମହିଳା ନର୍ସଙ୍କ ଉପରେ ଅଧ୍ୟୟନ କରିଥିଲେ। ଅଧ୍ୟୟନରୁ ଜଣାପଡିଛି ଯେ ରାତିରେ କାର୍ଯ୍ୟ କରୁଥିବା ନର୍ସମାନେ କମ୍ ଏକ୍ସରସାଇଜ୍ କରିବା ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଥିଲେ। ଏହା ତାଙ୍କ ଲାଇଫଷ୍ଟାଇଲ ଉପରେ ଗଭୀର ପ୍ରଭାବ ପକାଇଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଅଧ୍ୟୟନରେ ଜଣା ପଡ଼ିଛି, ଦିନରେ କାମ କରୁଥିବା ଲୋକଙ୍କ ତୁଳନାରେ ରାତିରେ କାମ କରୁଥିବା ଲୋକଙ୍କର ଟାଇପ୍-୨ ଡାଇବେଟିଜ୍ ହେବାର ଆଶଙ୍କା ୧୯ ପ୍ରତିଶତ ଅଧିକ ଥିଲା ।
ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁଥାନ୍ତି ଏବଂ ଦିନରେ ଶୋଇଥାନ୍ତି, ସେମାନଙ୍କର ସ୍ଲିପ ସାଇକେଲ ଖରାପ ହୋଇଥାଏ । ଏହି କାରଣରୁ ଶରୀରର ମେଟାବୋଲିକ୍ ସିଷ୍ଟମ ଖରାପ ହୋଇଯାଏ । ଏହା ଶରୀରରେ ଫ୍ୟାଟ୍ ଜମା କରିଥାଏ ଏବଂ ଟାଇପ୍-୨ ଡାଇବେଟିଜ୍ ପରି ଗମ୍ଭୀର ରୋଗ ସୃଷ୍ଟି କରିଥାଏ ।