(ଦିଲ୍ଲୀ) : ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ। ଗତ ୨୪ ଘଣ୍ଟାରେ ଦେଶରୁ ମୋଟ ୮୦୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୮ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଏହାକୁ ମିଶାଇ ଦୈନିକ ସଂକ୍ରମଣ ହାର ବଢିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ପଜିଟିଭ ହାର ୩.୨୪ ରହିଛି । ଏହା ଯଦି ୫ ପ୍ରତିଶତ ଉପକୁ ଯାଏ ତେବେ ନୂଆ ଲହରକ ସଙ୍କେତ ଦେବ। ଦେଶରେ କିଛି ଦିନର ବ୍ୟବଧାନ ପରେ କଡ଼ ଲେଉଟାଇଲାଣି କରୋନା।
ବର୍ତ୍ତମାନ ମୋଟ କୋଭିଡ ମାମଲା ବଢ଼ିଯାଇ ୪ କୋଟି ୩୨ ଲକ୍ଷ ୩୦ ହଜାର ୧୦୧ ହୋଇଛି। ପ୍ରାୟ ୪ ମାସ ପରେ ଦୈନିକ ସଂକ୍ରମଣ ତିନି ପ୍ରତିଶତ ଉପରେ ରହିଛି। ତେବେ ଶନିବାର ତୁଳନାରେ ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ କମ୍ ରହିଛି।