ଭୁବନେଶ୍ୱର: ଓଡିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଶ୍ରୀ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଓସେପାର ଉପନିର୍ଦ୍ଦେଶିକା ଶ୍ରୀମତୀ ଆରତୀ ରାଉତ,ଓଡିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଉପସ୍ଥିତ ଥିଲେ । ଲୋକପ୍ରିୟ ଶିଶୁ ପତ୍ରିକା ‘ଶିଶୁଲେଖା’କୁ ଓଡିଶାର ୫୦ ହଜାର ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ଓଡିଶାର ୩୧୪ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ତାଙ୍କ ଅଧିନରେ ଥିବା ବିଦ୍ୟାଳୟ ସମୂହ ପାଇଁ ‘ଶିଶୁଲେଖା’ ପ୍ରେରଣ ହେବାର ବନ୍ଦୋବସ୍ତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ କୋରାପୁଟ ,କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୪୧ ବ୍ଲକକୁ ଶିଶୁଲେଖା ଆଜି ପେର୍ରଣା କରାଯାଇଛି । ପ୍ରତି ବିଦ୍ୟାଳୟରେ ଶିଶୁଲେଖା ର ବିଷୟ ଗୁଡିକ ଛାତ୍ରଛାତୀଙ୍କ ଉପସ୍ଥିତିରେ ପଠନ କରାଯାଇ ଆଲୋଚନା କରାଯିବ । ଏ ସମ୍ପର୍କରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ପ୍ରତିଷ୍ଠାନ ,ଓସେପାର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିଶୁଲେଖା ର ପ୍ରକାଶନ ଏବଂ ବଣ୍ଟନ କାର୍ଯ୍ୟକୁ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ପ୍ରେତ୍ୟକ୍ଷ ତ୍ୱତ୍ତ୍ୱାବଧାନରେ କରାଯାଇଛି । ଶିଶୁଲେଖା ପଠନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ବୈାଦ୍ଧିକ ବିକାଶ ,ସୃଜନଶୀଳତା ଏବଂ ଭାଷା ପ୍ରୀତି ପ୍ରକାଶ ପାଇବ ବୋଲି ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।