ନିଜ ଯିଦରେ ଅଟଳ ଆଇନଜୀବୀ ଜାରି ରହିଛି ଆନ୍ଦୋଳନ

0

(ସୌମ୍ୟ ରଂଜନ ସେଠୀ) : ଥମିବାର ନା ନେଉନି ଆନ୍ଦୋଳନ, ଜିଦରେ ଅଟଳ ରହିଛନ୍ତି ଆଇନଜୀବୀ। ଆଇନଜୀବୀଙ୍କୁ ମାଡ଼ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରା ନଯିବା ପର୍ୟ୍ୟନ୍ତ କାର୍ୟ୍ୟବନ୍ଦ ଜାରି ରଖିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା ଅକ୍ଟୋବର ୧୦ ତାରିଖ ପର୍ୟ୍ୟନ୍ତ ଜାରି ରହିବ ବୋଲି ଘୋଷଣା କରାଯାଇଛି। ସେହି ଦିନ ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ । ଓକିଲକୁ ପୋଲିସର ଆକ୍ରମଣ ଘଟଣା ନେଇ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଚାଲିଥିବା ଓକିଲ ମାନଙ୍କର କାର୍ୟ୍ୟବନ୍ଦ ଆନ୍ଦୋଳନ ଏବେ ବି ଜାରି ରହିଛି । ଓକିଲ ମାନେ ନିଜ ଜିଦରେ ଅଟଳ ରହି ଆନ୍ଦୋଳନକୁ ଜାରି ରଖିଛନ୍ତି ।

ସୂଚନଯୋଗ୍ୟ ଯେ, ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଏହି ଆନ୍ଦୋଳନରୁ ଓହରି କାର୍ୟ୍ୟରେ ଯୋଗଦେବାପାଇଁ ଓକିଲମାନଙ୍କୁ ପରାମର୍ଶ ଦେଇଥିଲେ । ଅବସର ନେବା ପୂର୍ବରୁ ଓଡ଼ିଶା ଗସ୍ତରେ ଆସି କଟକରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇଥିଲା ବେଳେ ବାର ଆସୋସିଏସନର ୬ ଜଣିଆ ପ୍ରତିନିଧି ତାଙ୍କୁ ଭେଟିଥିଲା ବେଳେ ସେ ଏହି ପରାମର୍ଶ ଦେଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରି ଓକିଲଙ୍କୁ କାର୍ୟ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଅବମାନନା କରି ଓକିଲମାନେ ଆନ୍ଦୋଳ ଜାରି ରଖିଛନ୍ତି। ଯଦ୍ୱାରା ହାଇକୋର୍ଟରେ କାର୍ୟ୍ୟ ବାଧାପ୍ରାପ୍ତ ହୋଇପଡ଼ିଛି।