କରଞ୍ଜିଆ: ଦୁର୍ଘଟଣାରେ ୮ ଗୁରୁତର । ବସ – ହାଇୱା ମୁହାଁମୁହିଁ ଧକ୍କା ହୋଇଛି ଏଭଳି ଘଟଣା ଘଟିଛି କରଞ୍ଜିଆ ମହୁଲଡିହା ଥାନା ସାତକୋଶିଆ ଘୁଳାଘାଟିରେ । ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର ଗାଡିତରେ ଚାପି ହୋଇ ଗୁରୁତର ହୋଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଲକ୍ଷ୍ମୀ ବସ୍ ଓ ହାଇୱା ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉଭୟ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ଉଭୟ ଡ୍ରାଇଭରଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ବସଟି ଠାକୁରମୁଣ୍ଡାରୁ ସାତକୋଶିଆ ଅଭିମୁଖେ ଯାଉଥିବାବେଳେ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ସମସ୍ତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।