କୁନ୍ଦୂରା ବ୍ଲକରେ ଆଜିଠାରୁ ୧୬ ଟି ପଞ୍ଚାୟତକୁ ଗଡିଲା ୩ ଟି ଲଷ୍ମୀ ବସ୍

0

କୁନ୍ଦୁରା/ହରିଶ୍ ବେହେରା: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରେ ଆଜି ଠାରୁ ଶୁଭାରମ୍ଭ ହୋଇଛି ଲଷ୍ମୀ ବସ୍ l ଗତ କାଲି 14 ତାରିଖ ଦିନ ବିଦ୍ଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପାଇଁ ଲଷ୍ମୀ ବସ୍ ର ଶୁଭ ଉଦଘାଟନ କରିସାରିବା ପରେ କୁନ୍ଦୁରା ପାଇଁ 3 ଟି ବସ୍ ପଠାଇଥିଲେ l ଆଜି କୁନ୍ଦୁରା ବ୍ଲକର କାର୍ଯ୍ୟରତ BDO – କପିଳେଶ୍ୱର ତାଣ୍ଡି, ତହସିଲଦାର – ବିନୋଦ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା – କନକଲତା ପେଣ୍ଟିଆ, BJD ବ୍ଲକ ସଭାପତି – ବୃନ୍ଦାବନ ମଳିକ ପ୍ରମୁଖ ଉପସ୍ଥିତ ରହି 3 ଟି ବସ୍ କୁ ପୂଜାର୍ଚନା କରି ସବୁଜ ପତାକା ଦେଖାଇ ଥିଲେ l KT 025 ବସ୍ ଟି କୁନ୍ଦୁରା ଠାରୁ ଲିମା ଗୁଣ୍ଡାଳ ମସିଗାଁ ଦିଗାପୁର ଦେଇ ଘୁମର ରୁଟ୍ ରେ ଯିବ, KT 026 ବସ୍ କୁନ୍ଦୁରା ଭୂଷଙ୍ଗଗୁଡା ରାଣୀଗୁଡା ବାଗଦେରୀ ହୋଇ ପଖାନାଗୁଡ଼ା ପର୍ଯ୍ୟନ୍ତ ରୁଟ୍ ଦିଆଯାଇଛି l

KT027 ବସ୍ କୁ କୁନ୍ଦୁରା ଆସନା ଫୁଲଭଟା କେରମେଟି ସହ କୁନ୍ଦୁରା ରୁ ଡ଼ଙ୍ଗରପାଉଁସି ଫୁପୁଗାଁ ବଣୁଆଗୁଡା 2 ଟି ରୁଟ୍ ରେ ଗଡିବାକୁ ନିର୍ଦ୍ଧେଶ ରହିଛି l କେତେକ ଅଞ୍ଚଳ କୁ କେବେବି ବସ୍ ଯାତାୟତ ହେଉନଥିବା ବେଳେ ଏହି ବସ୍ ସେହିସବୁ ଅଞ୍ଚଳ କୁ ଯାଉଥିବା ଦେଖି ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି l ବ୍ୟାପାରୀ, ବିଦ୍ୟାର୍ଥୀ ଏବଂ ଗାଁ ଗଣ୍ଡା ଯାଉଥିବା ଲୋକଙ୍କ ପାଇଁ ଏହି ବସ୍ ଏକ ବରଦାନ ସଦୃଶ ହୋଇଛି l ଆଞ୍ଚଳିକ ଲୋକ ଅତ୍ୟନ୍ତ ଖୁସୀ ପ୍ରକାଶ କରିଥିବା ସହ ସବୁଦିନ ଯେମିତି ଏହି ବସ୍ ଯାତାୟତ କରିବ, ନିର୍ବାଚନ ପରେ ବସ୍ ଗୁଡିକ ବନ୍ଦ ହୋଇଗଲେ ପୁଣି ଲୋକ ପୁରୁଣା ଅସୁବିଧାକୁ ଫେରିଆସିବେ ବୋଲି ଲୋକ ଆଶଙ୍କା ପ୍ରକାଶ କରିଥିଲେ l