ପୂଜା ଘରେ କିପରି ରଖିବେ ଲକ୍ଷ୍ମୀଙ୍କ ମୂର୍ତ୍ତି

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ନିଶ୍ଚିତ ଥାଏ। କିନ୍ତୁ ଅନେକ ଥର ଭୁଲବଶତଃ ଦେବୀ ଲକ୍ଷ୍ମୀଙ୍କର ଛିଡାଥିବା ଅବସ୍ଥାରେ ପ୍ରତିମା ରଖି ଦେଇଥାନ୍ତି, ଯାହାକୁ ରଖିବା ଉଚିତ ନୁହେଁ। ମାତାଙ୍କର ଏହି ରୂପରେ କରାଯାଉଥିବା ପୂଜା କୌଣସି ଫଳ ପ୍ରାପ୍ତି କରିନଥାଏ। ପୁରାଣ ଅନୁଯାୟୀ ଦେବୀ ଲକ୍ଷ୍ମୀ ଚଞ୍ଚଳ ଥାନ୍ତି ଏଥିପାଇଁ କେବେବି ତାଙ୍କର ଛିଡା ହୋଇଥିବା ଅବସ୍ଥାର ମୂର୍ତ୍ତି ରଖିବା ଉଚିତ ନୁହେଁ କାରଣ ସେ ସେହି ସ୍ଥାନରେ ଅଧିକ ସମୟ ଯାଏଁ ରହିପାରନ୍ତି ନାହିଁ। ସବୁବେଳେ ଘରେ ମାତା ଲକ୍ଷ୍ମୀଙ୍କର ବସିଥିବା ମୂର୍ତ୍ତି ରଖିବା ଉଚିତ। ମାତା ଲକ୍ଷ୍ମୀଙ୍କର ବାହନ ପେଚା ଏବଂ ସେ ମଧ୍ୟ ଚଞ୍ଚଳ ସ୍ବଭାବର ହୋଇଥାଏ। ଏଥିପାଇଁ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି କେବେବି ପେଚା ଉପରେ ବସିଥିବାର ରଖିବା ନାହିଁ। ଅଧିକାଂଶ ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ଭଗବାନ ଗଣେଶଙ୍କ ସହିତ ଦେଖିବାକୁ ମିଳିଥାଏ। ଏହିଭଳି ମୂର୍ତ୍ତି ରଖିବା ଭୁଲ ହୋଇଥାଏ। କାରଣ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି ଏଥିପାଇଁ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ବିଷ୍ଣୁଙ୍କ ମୂର୍ତ୍ତି ରଖିବା ଉଚିତ। ମାତା ଲକ୍ଷ୍ମୀଙ୍କୁ କେବେବି କାନ୍ଥ ସହିତ ଲାଗିକି ରଖିବା ଉଚିତ ନୁହେଁ। ବାସ୍ତୁରେ ଏହାକୁ ଦେଖଯାଇଥାଏ। ମୂର୍ତ୍ତି ଏବଂ କାନ୍ଥ ମଧ୍ୟରେ ଦୂର ରଖିବା ଉଚିତ। ଅନେକ ଲୋକ ନିଜ ପୂଜା ଘରେ ଦେବୀ ଲକ୍ଷ୍ମୀଙ୍କର ଏକ ରୁ ଅଧିକ ମୂର୍ତ୍ତି ବା ଫଟୋ ରଖିଥାନ୍ତି ଯାହାକୁ ଶାସ୍ତ୍ରରେ ବର୍ଜିତ ବୋଲି କୁହାଯାଏ।