ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥାନ ମାନଙ୍କରେ ୭୭ ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି
କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥାନ ମାନଙ୍କରେ ୭୭ ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ବ୍ଲକ ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ସହକାରୀ ଯନ୍ତ୍ରୀ ପବନ କୁମାର, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଉପରିସ୍ଥ ରହିଥିଲେ । ସେହିପରି ପ୍ରାଣୀ ଚିକିତ୍ସା କେନ୍ଦ୍ର ଠାରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଜୀବନ କୁମାର ମୁଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଭ୍ରାମ୍ୟମାଣ ଡାକ୍ତର ଆଶୁତୋଷ ମଲ୍ଲିକ, ତୋୟାପୁଟ ଏଲ୍.ଆଇ. ରବିନାରାୟଣ ସାହୁ (ପିଣ୍ଟୁ) ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମୁନ୍ନା କୁମାର ବିଷୋୟୀ ଓ ଅନ୍ୟ କର୍ମଚାରୀ ମାନେ ଉପରିସ୍ଥ ଥିଲେ। ଓ ଲକ୍ଷ୍ମୀପୁର ବଜାର କମିଟି ତରଫରୁ ସମସ୍ତ ବ୍ୟବସାୟୀକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବଜାର ନିକଟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ କରିବା ସହ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକେଇ ଥିଲେ ଏବଂ ପରସ୍ପରକୁ ମିଠା ବାଣ୍ଟି ସ୍ଵାଧିନତା ଦିବସ ପାରିଥିଲେ ସେହିପରି ଭାରତ ସରକାରଙ୍କ ହାର୍ ଘର୍ ଘର୍ ସେ ତ୍ରିରଙ୍ଗା ଆହ୍ବାନ କ୍ରମେ ପ୍ରତ୍ୟେକ ଘରେ ଘରେ ମଧ୍ୟ ତ୍ରିରଙ୍ଗା ପତାକା ଉଡ଼ାଇ ଥିଲେ।