ବିଷମକଟକ ଠାରେ ନୃତନ ସିଭିଲ୍ କୋର୍ଟ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:  ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକର ଚାଞ୍ଚରାଗୁଡା ଠାରେ ସିଭିଲ୍ କୋର୍ଟ ର ନିଜସ୍ଵ ଗୃହ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଏବଂ  ଓଡିଶା ହାଇକୋର୍ଟର ନିର୍ମାଣ କମିଟିର ଅଧ୍ୟକ୍ଷ ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି  ଓଡିଶାର ଉଚ୍ଚ ନ୍ୟାୟାଳୟ ଏବଂ ରାୟାଗଡା ବିଚାର ବିଭାଗର ପ୍ରଶାସନିକ ବିଚାରପତି ବି.ପି ଶତପତି ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ବିଷମକଟକ କୋର୍ଟର ପ୍ରଥମ ଶ୍ରେଣୀର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବିଚାରପତି ଅସ୍ପିନି ସାହୁ ,ଏ.ଏସ୍‌.ଜେ ପବିତ୍ର ନନ୍ଦପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ  ତହସିଲଦାର କେ.ଭେଙ୍କେଟେଶ୍ୱର ରେଡ୍ଡୀ ବିଶେଷ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଷମକଟକ  ଓକିଲ ସଂଘ ସଭାପତି ଚନ୍ଦ୍ରମୌଳି ପଟ୍ଟନାୟକ ଓ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଙ୍କ ସହିତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଆଇନଜୀବୀ ଙ୍କ ପକ୍ଷରୁ ଉଭୟ ଅତିଥିଙ୍କୁ ଶଙ୍ଖ ଧ୍ୱନି ମଧ୍ୟରେ ପାଛୋଟି ନିଆଯାଇ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଷମ କଟକ ଓକିଲ ସଂଘ ର ବରିଷ୍ଠ ଓକିଲ ଏସ୍ ବାବୁରାଓ,କୃଷ୍ଣ ଚନ୍ଦ୍ର ସାହୁ,ପୃଥିବିରାଜ ସାହୁ,ଶଙ୍କରସନ ରଥ, ଦିଲ୍ଲୀପ ପଟ୍ଟନାୟକ,ରାଜ କିଶୋର ସାହୁ ,ବଡ ଗୌଡ଼ ,ଚୀନି ପଟ୍ଟନାୟକ, କୁଳନାଥ ପାଢି, ଜି. ତିର୍ମୁଲା କୁମାର, କୁନା ରଥ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସମସ୍ତ ଆଇନଜୀବୀ ଯୋଗ ଦେଇଥିଲେ।