(ଜୟନ୍ତ କୁମାର ସେଠୀ /ପୁରୀ): ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପୁରୀ ରାଜଭବନର ଆଧୁନିକୀକରଣ ଓ ସଂରକ୍ଷଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାତ୍ୟା ଫନିରେ ଧ୍ବଂସ୍ତବିଧ୍ବଂସ୍ତ ପୁରୀ ସହରରେ ରାଜଭବନ ସମରୂପେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ପୁରୀ ସହର ସାରା ବିଶ୍ବ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାରେ ଲାଗିଛି । ପୁରୀର ଉନ୍ନତିକରଣ ନିମନ୍ତେ ନିରନ୍ତର ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଛନ୍ତି । ରାଜଭବନ ଆଧୁନିକୀକରଣ ନିମନ୍ତେ ପ୍ରକଳ୍ପର ମୂଲ୍ୟ ୨ କୋଟି ୯୦ ଲକ୍ଷ ରହିଛି । ଆସନ୍ତା ୪ ମାସ ମଧ୍ୟରେ ଆଧୁନିକୀକରଣ କାର୍ୟ୍ୟ ଶେଷ ହେବ । ଆଜି ଅପରାହ୍ନରେ ରାଜ୍ୟପାଳ ସର୍କିଟ ହାଉସରେ ପହଞ୍ଚିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳଙ୍କ ସଚିବ ଡଃ ପ୍ରମୋଦ ମେହେର୍ଦ୍ଦା, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ମୁଖ୍ୟ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ରାୟ, ସହାୟକ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଘନଶ୍ୟାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।