ଶକ୍ତି ସଂରକ୍ଷଣ ଶିଖ, ମାଗଣାରେ ବିଜୁଳି ପାଇବା ଆଶା ରଖ ନାହିଁ : ଶକ୍ତି ମନ୍ତ୍ରୀ

0

ଭୁବନେଶ୍ୱର : ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଶକ୍ତି ମନ୍ତ୍ରୀଙ୍କ ଉତ୍ତର।  କହିଲେ ଶକ୍ତି ସଂରକ୍ଷଣ ଶିଖ। ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ । କୌଣସି ସେବା ମାଗଣାରେ ଆଶା ରଖ ନାହିଁ । ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଓ ମେସେଜ ଦିଆଯାଉଛି। ଅନେକ ସମୟରେ ସ୍ୱିଚ୍ ଅଫ କେହି କରୁ ନାହାଁନ୍ତି। ଉଦାହରଣ ଦେଇ କହିଲେ ମୋବାଇଲ ଚାର୍ଜର ସ୍ୱିଚ୍ କେହି ବନ୍ଦ କରୁ ନାହାଁନ୍ତି। ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ସବୁ ବିଧାୟକଙ୍କୁ ନିବେଦନ କଲେ ଉପଭୋକ୍ତା ମାନଙ୍କୁ ସଚେତନ କରନ୍ତୁ। ମିଟର ଅସୁବିଧା ଥିଲେ ଟାଟା ପାୱାର କର୍ମଚାରୀ ପହଂଚି ସମସ୍ୟା ଦୂର କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ 300 ୟୁନିଟ୍ ମାଗଣା ମିଳିବ।