(ଶୁଭସ୍ମିତା ଦାଶ): ପରିବାର ସମସ୍ୟା ହେଉଁ ବା କର୍ମକ୍ଷେତ୍ରରେ ଅଧିକ କାମର ଚାପ ଏହି ଦୁଇଟି ଚିନ୍ତା ମଧ୍ୟରେ ମଣିଷ ପେସି ହେଇଯାଉଛି । ଶାନ୍ତି ଟିକେ ସୁଦ୍ଧା ମିଳିପାରୁ ନାହିଁ । ସକାଳୁ ସଂନ୍ଧା ଯାଏ ମଣିଷ ଖଟି ଖଟି ରାତିରେ ଖଟରେ ପଡ଼ିଲା ମାତ୍ରେ ନିଦ ହେଇଯାଉଛି । ମନୋରଞ୍ଜନ କରିବା ପାଇଁ ସମୟ ମଧ୍ୟ ମିଳୁନି । ଯେଉଁ ରବିବାର ଛୁଟି ମିଳୁଛିୁ ସେଇଟା ମଧ୍ୟ ଘର କାମରେ ଦିନ ସରିଯାଉଛି । ତେଣୁ ମନର ଖୁସି ମିଳିପାରୁ ନାହିଁ । ଯାହା ଦ୍ୱାରା ଆପଣ ମାନସିକ ଅବସାଦର ରୋଗରେ ଆକ୍ରାନ୍ତ ହେବାର ସମ୍ଭବନା ଦେଖାଯାଇଥାଏ । ତେଣୁ କରି ନିଜ ପାଇଁ ଅଫିସ୍ ରୁ କିଛି ଦିନ ଛୁଟି ନିଅନ୍ତୁ । ଅଫିସରୁ ଛୁଟି ନେଇ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ନିଜ ମନ ପସନ୍ଦର ଯାଗାକୁ ଭ୍ରମଣରେ ଯାନ୍ତୁ । କିଛି ଦିନ ଜଞ୍ଜାଳଗ୍ରସ୍ତ ଜୀବନରୁ ମୁକ୍ତି ପାଆନ୍ତୁ । ଏଭଳି ତଥ୍ୟ ନିକଟରେ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି । ନ୍ୟୁରୋପିଅନ୍ ସୋସାଇଟି ଅଫ କାର୍ଡ଼ିୟୋଲୋଜି ବାର୍ଷିକ ସମ୍ମିଳନୀରେ ଏହି ଅଧ୍ୟୟନ ରିପୋର୍ଟ ସ୍ଥାନ ପାଇଛି । ଏଥିରେ ୪୫ ରୁ ଅଧିକ ବୟସର୧,୨୨୨ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ସେଥିରେ ଜଣାପଡ଼ିଛି ଯେ, ଯେଉଁମାନେ ଅଫିସରୁ ଛୁଟି ନେଇ ଭ୍ରମଣରେ ଯାଇ ନିଜକୁ ଖୁସି ରଖନ୍ତି ସେମାନଙ୍କ ଆୟୁଷ ଅଧିକ ହୋଇଥାଏ । ଛୁଟି ପରେ ଆସି ଅଫିସରେ ପୁଣି ଖୁସିରେ କାମ କରନ୍ତି । ମାତ୍ର ଯେଉଁମାନେ ଛୁଟି ନ ନେଇ ଲଗାତାର ଭାବେ କାମ କରନ୍ତି । ସେମାନଙ୍କୁ ରାତିରେ ଭଲ ନିଦ ହୋଇନଥାଏ । ଫଳରେ ସେମାନେ ମାନସିକ ଅବସାଦ ରୋଗରେ ଅକ୍ରାନ୍ତ ହୁଅନ୍ତି । ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଇଥାଏ ।