( ଆଦର୍ଶ ରାଉତ / ରିପୋର୍ଟସଟୁଡେ): ସରଗରମ ହୋଇଛି କେନ୍ଦ୍ରାପଡା ରାଜନୀତି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ ପାଇଁ ଦୁଇ ଜଣ ମଧ୍ୟରେ ତୁଁ ତୁଁ ମେଁ ମେଁ ଦେଖିବାକୁ ମିଳୁଛି । ପୂର୍ବତନ ବିଧାୟିକା ତଥା ବିଜେଡିର ବିରଷ୍ଠ ନେତ୍ରୀ ସିପ୍ରା ମଲ୍ଲିକଙ୍କର କିଛି ସମର୍ଥକ ଆଜି ନବୀନ ନୀବାସ ସମ୍ମୁଖରେ ସିପ୍ରା ଟିକେଟ ଦିଆଯାଉ ବୋଲି ନାରାବାଜି ଦେଇଥିଲେ । ଅନ୍ୟପକ୍ଷେ କିଶୋର ତରାଇ ମଧ୍ୟ ସେହି ଆସନ ପାଇଁ ଆଶୟୀ ଅଛନ୍ତି । କିଛି ଦିନ ତଳେ ସେ ମଧ୍ୟ ନିଜ କର୍ମୀଙ୍କ ସମେତ ନବୀନ ନିବାସରେ ଉପସ୍ଥିତ ହୋଇଥିଲେ ।