ବିଧାନ ସଭାରେ ମୌସୁମୀ ଅଧିବେଶନ : ଅପରାହ୍ନ ଯାଏଁ ଗୃହ ମୁଲତବି

0

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଅଧ୍ୟକ୍ଷତା କରୁଛନ୍ତି ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ । ଓଡ଼ିଶାର ପୂର୍ବତନ ବାଚସ୍ପତି, ପୂର୍ବତନ ସଦସ୍ୟା ଓ ସଦସ୍ୟ, ଓଡ଼ିଶା ପୁଲିସର ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୫ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହର ପ୍ରଥାମ ଭାଗ କାର୍ଯ୍ୟକୁ ମୁଲତବି ରଖାଯାଇଛି। ପ୍ରଥମ ଦିନରେ ଦ୍ବିତୀୟାର୍ଦ୍ଧରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।

 ସ୍ବର୍ଗତଃ ସୂର୍ଯ୍ୟ ନାରାୟଣ ପାତ୍ର, ଆସୀନ ସଦସ୍ୟ ଓ ପୂର୍ବତନ ବାଚସ୍ପତି,ସ୍ବର୍ଗତଃ ତ୍ରିଲୋଚନ କାନୁନଗୋ, ପୂର୍ବତନ ସଦସ୍ୟ,ସ୍ବର୍ଗତଃ ରମେଶ ସୋରେନ, ପୂର୍ବତନ ସଦସ୍ୟ,ସ୍ବର୍ଗତଃ ନିବେଦିତା ପ୍ରଧାନ, ପୂର୍ବତନ ସଦସ୍ୟା,ସ୍ବର୍ଗତଃ କୁମର ବେହେରା, ପୂର୍ବତନ ସଦସ୍ୟ,ସ୍ବର୍ଗତଃ ଦେବାଶିଷ ବିଶ୍ବାଳ, ପୂର୍ବତନ ଲାନସ ନାଏକ, 49 ରାଷ୍ଟ୍ରୀୟ ରାଇଫଲ,ସ୍ବର୍ଗତଃ ସୁଶାନ୍ତ କୁମାର ଖୁଣ୍ଟିଆ, ପୂର୍ବତନ କନେଷ୍ଟବଳ (ଜି.ଡି.), 60 ସି.ଆର.ପି.ଏଫ୍. ବାଟାଲିୟନ,ସ୍ବର୍ଗତଃ ସୁଶାନ୍ତ କୁମାର ମହାନ୍ତି, ପୂର୍ବତନ କନେଷ୍ଟବଳ, ଓଡିଶା ପୁଲିସ । ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।