(ଆଦର୍ଶ ରାଉତ)ଭୁବନେଶ୍ୱର: ଦେବଗଡରୁ ବାରକୋଟରେ ୭ଫୁଟର କଲରାପତରିଆ ବାଘ ଛାଲ ଜବତ ହୋଇଥିବା ଘଟଣାରେ ପୁଣି ଏକ ସଫଳତା ମିଳିଛି କ୍ରାଇମବ୍ରାଂଚ୍ ଏସଟିଏଫ୍। ପୂର୍ବରୁ ଏହି ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଂଚ୍ ।
ଗିରଫଙ୍କ ମଧ୍ୟରେ ୨ଜଣ ଜେଲ ବିଭାଗୀୟ କର୍ମଚାରୀଙ୍କ ପୁଅ ଥିବା ବେଳେ ଆଜି ଜଣେ ଜେଲ ଓ୍ବାର୍ଡର ଏବଂ ଜଣେ ହାବିଲଦାର ଗିରଫ ହୋଇଛନ୍ତି। ଗିରଫ ଓ୍ବର୍ଡର ହେଉଛନ୍ତି ବରଗଡ କଟାପାଲିର ରଶ୍ମିରଞ୍ଜନ ମିଶ୍ର ଏବଂ ହାବିଲଦାର ଜଣକ ବଣାଇ ବଡଗୋଗୁଆର ଲିକୁଲ କୁମାର ସାହୁ। ତେବେ ଏହି ଦୁଇ ଜଣଙ୍କୁ ମିଶାଇ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସଂଖ୍ୟା ୯ରେ ପହଁଚିଲାଣି। ଏହି ରାକେଟର ଜାଲ ପୁଣି କେତେ ଯାଏଁ ଲମ୍ବିଛି ସେହି ବିଷୟରେ କ୍ରାଇମବ୍ରାଂଚ୍ ଏବେ ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଏସପି ରାହୁଲ ପିଆର ଏନେଇ ସୂଚନା ଦେଇଛନ୍ତି ।