ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ ); –ତିନି ଦିନ ତଳେ ନଦୀ କୁ ଡେଇଁ ,ମା’ ଏବଂ ଶିଶୁ ପୁତ୍ରଙ୍କ ଆତ୍ମହତ୍ୟା ଉଦ୍ୟମରେ ଆଜି ମହିଳାଙ୍କ ମୃତ ଦେହ ଉଦ୍ଧାର। ପ୍ରଥମ ଦିନ ଗୁରୁତର ଅବସ୍ଥାରେ ଶିଶୁ ପୁତ୍ରକୁ ଉଦ୍ଧାର ପରେ ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଆଜି ଚିତ୍ରୋତ୍ପଳା ନଦୀ ପଠା ସଂଗ୍ରାମପୁର ଗାଁ ନିକଟରୁ ମହିଳାଙ୍କ ମୃତ ଦେହ ଉଦ୍ଧାର କଲା କିଶନ ନଗର ଥାନା ପୋଲିସ। ପାରିବାରିକ ଗଣ୍ଡଗୋଳରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସଂଦେହ। ମୃତକ ମହିଳା ହେଲେ ନେମାଳ ଥାନା ମାଳି ଗାଁର ସୁହାନା ପରବିନ୍।