କମ ଦାମ ରେ ଧାନ କିଣି ଗଛିତ ରଖିଲେ ହେବ ଚଢ଼ାଉ: କୃଷ୍ଣ ପାତ୍ର

0

ଭୁବନେଶ୍ୱର:  ଧାନ ସଂଗ୍ରହ ସଠିକ ଭାବେ ଚାଲିଛି | କାଁ ଭାଁ କେଉଁଠି ଗଣ୍ଡଗୋଳିଆ ଚାଲିଛି | ଲୋକମାନଙ୍କୁ କିଛି ନେତା ଉଷୁକାଉଛନ୍ତି | ଯେମିତିକା ଧାନ ଦେଲେ ବି 31 ସହ ଟଙ୍କା ଦେବେ | ଆମେ କହିଛୁ FAQ ମାନର ଧାନ ଆଣିବାକୁ ପଡିବ | ଧାନ କଲର ଚେଞ୍ଜ ହେଲେ ବି ଆମେ ଆଡ଼ଜଷ୍ଟ କରୁଛୁ | ବହୁତ ଖରାପ ହୋଇଥିଲେ ଆମେ ନେଇପାରିବୁ ନାହିଁ | ସେ ଚାଉଳ ମାର୍କେଟ ରେ ଚାଲିବ ନାହିଁ | କ୍ଷତି ହୋଇଥିବା କେଶ ରେ ସରକାର ପଇସା ଦେଉଛନ୍ତି | ପଇସା ଦେଲା ପରେ କ୍ଷତି ଚାଉଳ କୁ କେମିତି ନେବେ ସରକାର | FAQ ମାନର ଧାନ ମଣ୍ଡିକୁ ଆଣିବାକୁ ଅନୁରୋଧ କଲେ ଯୋଗାଣ ମନ୍ତ୍ରୀ | ଭଲ କ୍ୱାଲିଟି ର ଧାନ ଆଣିଲେ ଭଲ କ୍ୱାଲିଟିର ପଇସା ନେବେ | 23 ଲକ୍ଷ ମେଟ୍ରିକ ଧାନ କିଣା ସରିଲାଣି | କମ ଦାମ ରେ ଧାନ କିଣି ଗଛିତ ରଖିଲେ ହେବ ଚଢ଼ାଉ | ଯେଉଁଠି କଳା ବଜାରୀ ହେଉଛି ସଙ୍ଗେ ସଙ୍ଗେ ଚଢ଼ାଉ ହେବ |